Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁଣ୍ଡଳୀରେ ବଢୁଛି ମହାନଦୀ ଜଳସ୍ତର, ୫ ଲକ୍ଷ ୩୭ ହଜାର ୮୮ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ

ମୁଣ୍ଡଳୀରେ ବଢୁଛି ମହାନଦୀ ଜଳସ୍ତର, ୫ ଲକ୍ଷ ୩୭ ହଜାର ୮୮ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ

Mo Odisha News 1 week ago

ଟକ : ମୁଣ୍ଡଳୀରେ ବଢୁଛି ମହାନଦୀ ଜଳସ୍ତର। ହୀରାକୁଦରେ ଖୋଲିଥିବା ୨୨ ଟି ଗେଟ୍ ର ବନ୍ୟାଜଳ ଆସି ମୁଣ୍ଡଳୀରେ ପହଁଚିଛି । ଆଜି ସକାଳ ୬ ଟା ସୁଦ୍ଧା ମୁଣ୍ଡଳୀରେ ୫ ଲକ୍ଷ ୩୭ ହଜାର ୮୮ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ଜଳସ୍ତର ୮୮.୩୦ ଫୁଟ୍ ଥିବାବେଳେ ତଳ ମୁଣ୍ଡରେ ୮୫.୮୦ ଫୁଟ୍ ରହିଛି । ଗତକାଲି ଠାରୁ ଜଳସ୍ତର ଧିରେ ଧିରେ ହ୍ରାସ ପାଇ ମୁଣ୍ଡଳୀରେ ୪ ଲକ୍ଷ ୭୪ ହଜାରରେ ପହଞ୍ଚିଥିଲ ।

ବିଳମ୍ବିତ ରାତି ପ୍ରାୟ ୩ ଟାରୁ ପୁଣି ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି।

ସେହିପରି ନରାଜରେ ୨ ଲକ୍ଷ ୭୮ ହଜାର ୩୪୮ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ନରାଜର ଉପର ମୁଣ୍ଡରେ ୨୫.୨୫ ମିଟର ଜଳସ୍ତର ରହିଥିବା ବେଳେ ତଳ ମୁଣ୍ତରେ ୨୨.୩୦ ମିଟର ରହିଛି । ଯାହା ସଂପୂର୍ଣ୍ଣ ରୂପେ ବିପଦ ସଙ୍କେତ ତଳେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha