Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଣି ମହଙ୍ଗା ମାଡ: ବଢ଼ିଲା କ୍ଷୀର ଦାମ୍‌, ଆଜିଠୁ ହେବ ଲାଗୁ

ପୁଣି ମହଙ୍ଗା ମାଡ: ବଢ଼ିଲା କ୍ଷୀର ଦାମ୍‌, ଆଜିଠୁ ହେବ ଲାଗୁ

Mo Odisha News 2 weeks ago

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଝଟକା । ବଢିଲା କ୍ଷୀର ଦାମ୍ । ଓମଫେଡ୍ ପକ୍ଷରୁ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କ୍ଷୀର କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରାଯାଇଛି । ଏହି ନୂତନ ଦର ଆଜିଠୁ ଲାଗୁ ହେବ । ଯାହାଦ୍ବାରା ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି ୩୯ ଟଙ୍କା ୫ ପଇସା ପାଇବେ ।

ରାଜ୍ୟର ପ୍ରାୟ ୩ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ଭାବେ ସହାୟତା କରିବା ପାଇଁ ସରକାର କ୍ରୟ ମୂଲ୍ୟ ବୃଦ୍ଧି କରିଥିବାବେଳେ ଏହା ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଗୋଖାଦ୍ୟ , ମେଡିସିନ ଏବଂ ପିଡିଆ ଭଳି ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଓମଫେଡ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha