Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ, ସକାଳ ଧୂପ ପରେ ପୁଣି ହେବ ଆରମ୍ଭ

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ, ସକାଳ ଧୂପ ପରେ ପୁଣି ହେବ ଆରମ୍ଭ

Mo Odisha News 1 week ago

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ସକାଳ ଧୂପ ପରେ କାର୍ଯ୍ୟ ଆରମ୍ଭ ହେଲା । ଗତକାଲି ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବାପରେ ପୂର୍ବାହ୍ନ ୧୧ଟା ୩୦ଠାରୁ ସନ୍ଧ୍ୟା ୬ଟା ୫୫ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହୋଇଥିଲା । ଗତକାଲି ପ୍ରାୟ ୭ଘଣ୍ଟା ୨୫ମିନିଟର ଗଣତି ହୋଇଥିଲା । ୨୫ମେ ୨୦୨୬ରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟ ଗଣତି ପରେ ମୋଟ ଉପରେ ୮୫ଘଣ୍ଟା ୨୮ମିନିଟର ଗଣତି କାର୍ଯ୍ୟ ହୋଇଛି ।

୧୯୭୮ ମସିହାର ତାଲିକା ସହ ବର୍ତ୍ତମାନ ଚାଲିଥିବା ଅଳଙ୍କାରର ଗଣତିମଣତି ପ୍ରକ୍ରିୟା ରେ ସମ୍ପୂର୍ଣ୍ଣ ମେଳକ ହେଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ବାହାର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଝୋବାକଣ୍ଟିର ଗଣତି ମଧ୍ୟ ହୋଇଛି । ଏହାକୁ ଗଣତି ପରେ ଭଣ୍ଡାର ମେକାପଙ୍କୁ ଜିମା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏସଓପି ଅନୁଯାୟୀ ଗଣତି କାର୍ଯ୍ୟ ହେଉଥିବା ବେଳେ ଗତକାଲି ଅତିରିକ୍ତ ଏସଓପି ଜାରି କରିଛନ୍ତି ସରକାର । ଭିତରେ ୩ ସେଟ୍ କାସ୍କେଟରେ ବୃହତ୍ ତଥା ମୂଲ୍ୟବାନ ଅଳଙ୍କାର ରହିଛି । ଅତିରିକ୍ତ ଏସଓପି ଅନୁଯାୟୀ ଏହାକୁ ଭିତରେ ଗଣିବା ସମ୍ଭବ ନହେବାରୁ ଖଟଶେଯ ଘରକୁ ଆଣି ରଖାଯାଇଛି । ସେଠାରେ ଏହାର ମାପ ନିଆଯାଇଛି । ପରେ,ଗଣତି,ଓଜନ,ଭିଡିଓ ଗ୍ରାଫି,ଇତ୍ୟାଦି କରିବା କରେ ପୁନଶ୍ଚ ଭିତର ଭଣ୍ଡାରକୁ ସ୍ଥାନାନ୍ତର କରାଯିବ l ଆଗକୁ ଗଣତିମଣତି ହେବକି ନାହିଁ ସେନେଇ ନିଷ୍ପତ୍ତି ନେବ ଣ୍ରୀମନ୍ଦିରର ପ୍ରଶାସନ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha