Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା, ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା, ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

Mo Odisha News 4 months ago

ପୁରୀ : ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା । ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଓ ଟ୍ରାଫିକ୍ ସୁପରିଚାଳନା ‎ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ‎ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ପରିବହନ ଦୃଷ୍ଟିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବୈଠକରେ ‎ଆଲୋଚନା ହୋଇଥିଲା । ବିଶେଷକରି, ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁରୀ ରୁଟରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ । ‎ଅସ୍ଥାୟୀ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ସରଳ ଓ ତ୍ୱରାନ୍ୱିତ କରାଯିବ । ଧାର୍ଯ୍ୟ ଭଡ଼ାଠାରୁ ଯେଉଁଭଳି କୌଣସି ବସ୍ ଅଧିକ ‎ଭଡ଼ା ନ ନିଅନ୍ତି ଏହା ସୁନିଶ୍ଚିତ କରିବାକୁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବସରେ ଭଡ଼ା ଚାର୍ଟ ରହିବ । ବିପଜ୍ଜନକ ଯାତ୍ରା ରୋକିବାକୁ ଓଭରଲୋଡ୍ ଓ ଓଭରସ୍ପିଡ୍ ‎ବିରୋଧରେ ବ୍ୟାପକ ଏନଫୋର୍ସମେଣ୍ଟ କରାଯିବ ।

ସେହିଭଳି ଅଟୋ ଭଡ଼ାରେ ବି ଯେଉଁଭଳି ଯାତ୍ରୀଙ୍କୁ ‎ଶୋଷଣ ନ ହୁଏ ଏଥିପାଇଁ ଦୃଷ୍ଟି ଦିଆଯିବ । ଚଳିତବର୍ଷ, ପୁରୀର ସମସ୍ତ ପାର୍କିଂ ସ୍ଥଳରୁ ନିର୍ଦ୍ଧାରିତ ସ୍ଥାନ ଯାଏଁ ‎ନିଃଶୁଳ୍କ ଅଟୋ ସେବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯିବ । ଏହାସହ ମାଳତୀପାଟପୁରରୁ ନିଃଶୁଳ୍କ ‎ସଟଲ୍ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ତାଳବଣିଆରେ ସମସ୍ତ ମୌଳିକ ସୁବିଧା ଥାଇ ଅସ୍ଥାୟୀ ‎ବିଶ୍ରାମାଗାର, ରଥଯାତ୍ରା ଓ ବାହୁଡ଼ାରେ ନିଃଶୁଳ୍କ ରନ୍ଧାଖାଦ୍ୟ ବିତରଣ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ସୁବନ୍ଦୋବସ୍ତ ‎କରାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ‎ପାର୍କିଂ ବ୍ୟବସ୍ଥା ହେବ ଏବଂ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଯିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha