Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିକ୍ଷାବିତ୍ ଏବଂ ପୂର୍ବତନ ରାଜ୍ୟପାଳ ପଦ୍ମଶ୍ରୀ ଡିୱାଇ ପାଟିଲଙ୍କ ପରଲୋକ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

ଶିକ୍ଷାବିତ୍ ଏବଂ ପୂର୍ବତନ ରାଜ୍ୟପାଳ ପଦ୍ମଶ୍ରୀ ଡିୱାଇ ପାଟିଲଙ୍କ ପରଲୋକ, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

Mo Odisha News 6 days ago

ମୁମ୍ବାଇ : କଂଗ୍ରେସର ବରିଷ୍ଠ ନେତା ତଥା ଶିକ୍ଷାବିତ୍ ଏବଂ ପୂର୍ବତନ ରାଜ୍ୟପାଳ ଡିୱାଇ ପାଟିଲଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ମହାରାଷ୍ଟ୍ରର କୋହ୍ଳାପୁରରେ ନିଜ ବାସଭବନରେ ତାଙ୍କର ନିଧନ ହୋଇଛି। ପାଟିଲ ୨୦୦୯ ରୁ ୨୦୧୩ ପର୍ଯ୍ୟନ୍ତ ତ୍ରିପୁରାର ରାଜ୍ୟପାଳ, ୨୦୧୩ ରୁ ୨୦୧୪ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଏବଂ ୨୦୧୪ ରେ କିଛି ସମୟ ପାଇଁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ ।

୧୯୯୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।

୨୨ ଅକ୍ଟୋବର ୧୯୩୫ରେ କୋଲହାପୁରରେ ଜନ୍ମଗ୍ରହଣ କରିଥିବା ପାଟିଲ ମହାରାଷ୍ଟ୍ରର ବିଧାୟକ ଭାବରେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ୨୦୧୮ରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କ ଯୋଗଦାନ ସମଗ୍ର ଦେଶବାସୀ ଦୀର୍ଘଦିନ ଯାଏଁ ମନେ ରଖିବେ ।

ଡିୱାଇ ପାଟିଲ ଗ୍ରୁପର ପ୍ରତିଷ୍ଠାତା ଭାବେ ସେ ଜଣାଶୁଣା । ଏହି ଗ୍ରୁପ ମୁମ୍ବାଇ, ନଭି ମୁମ୍ବାଇ, ପୁଣେ ଏବଂ କୋଲହାପୁରରେ ଡିମ୍ଡ ବିଶ୍ୱବିଦ୍ୟାଳୟ ସମେତ ୧୫୦ ରୁ ଅଧିକ ଶିକ୍ଷାନୁଷ୍ଠାନ ପରିଚାଳନା କରୁଛି । ଆସନ୍ତାକାଲି ବୁଧବାର ସକାଳ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଯାଏଁ ରଖାଯିବ । ଏହାପରେ ଅନ୍ତିମ ସଂସ୍କାର ଡି.ୱାଇ ପାଟିଲ ମେଡିକାଲ କଲେଜ ପରିସରରେ କରାଯିବ ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ପାଟିଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ତ୍ରିପୁରା ଏବଂ ବିହାରର ପୂର୍ବତନ ରାଜ୍ୟପାଳ ଏବଂ ଜଣେ ଦୂରଦୃଷ୍ଟିସମ୍ପନ୍ନ ଅନୁଷ୍ଠାନ ନିର୍ମାତା, ସମାଜସେବୀ ଏବଂ ସମ୍ମାନିତ ଜନ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ସେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାର୍ବଜନୀନ ସେବାରେ ତାଙ୍କର ଅପାର ଅବଦାନ ମାଧ୍ୟମରେ ଏକ ସ୍ଥାୟୀ ଐତିହ୍ୟ ଛାଡିଯାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha