Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସିନେମା ହଲରେ ଧମାଲ କରୁଛି ଫିଲ୍ମ ରାଜା ଶିବାଜୀ, ରିଲିଜର ୪ର୍ଥ ସପ୍ତାହରେ କଲେକ୍ସନ କଲା ୧୨୧.୭୧ କୋଟି ଟଙ୍କା

ସିନେମା ହଲରେ ଧମାଲ କରୁଛି ଫିଲ୍ମ ରାଜା ଶିବାଜୀ, ରିଲିଜର ୪ର୍ଥ ସପ୍ତାହରେ କଲେକ୍ସନ କଲା ୧୨୧.୭୧ କୋଟି ଟଙ୍କା

Mo Odisha News 2 weeks ago

ରିତେଶ ଦେଶମୁଖଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ରାଜା ଶିବାଜୀ ବକ୍ସ ଅଫିସରେ ବର୍ତ୍ତମାନ ଧମାଲ କରୁଛି । ଏହି ଐତିହାସିକ ଆକ୍ସନ ଡ୍ରାମା ଫିଲ୍ମ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରୋଜଗାର କରି ମରାଠୀ ଫିଲ୍ମର ରେକର୍ଡ ସୃଷ୍ଟି କରିଛି । ପାଞ୍ଚ ସପ୍ତାହ ଧରି ସିନେମା ହଲରେ ଏଣ୍ଟ୍ରି କରି ବଡ଼ ସଫଳତା ହାସଲ କରିପାରିଛି ।

ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ଏବଂ ଅଭିନୀତ ରାଜା ଶିବାଜୀର ବଜେଟ୍ ୭୫ କୋଟି ବୋଲି ରିପୋର୍ଟ କରାଯାଇଛି ।

ରାଜା ଶିବାଜୀ ରିଲିଜ ହେବାର ୨୯ତମ ଦିନରେ ଭାରତରେ ୩.୫ ମିଲିୟନ୍ ରୋଜଗାର କରିଥିବାବେଳେ ୨୮ତମ ଦିନରେ ୪.୫ ମିଲିୟନ୍ ରୋଜଗାର କରିଥିଲା । ରାଜା ଶିବାଜୀ ଏବେ ଦେଉଲ୍ ବନ୍ଦ ୨ ସହିତ କଡ୍ଡା ଟକ୍କର ଦେଉଛି । ଭାରତରେ ରାଜା ଶିବାଜୀ ରିଲିଜ ହେବାର ୪ ସପ୍ତାହ ମଧ୍ୟରେ ମୋଟ୍ ନେଟ୍ କଲେକ୍ସନ ୧୦୩.୧୫ କୋଟି ଟଙ୍କା ହୋଇଥିବା ଜଣାପଡିଛି । ହେଲେ ଏହାର ଟୋଟାଲ କଲେକ୍ସନ ୧୨୧.୭୧ କୋଟି ଟଙ୍କାରେ ପହଞ୍ଚିଛି । ବକ୍ସ ଅଫିସରେ ସର୍ବାଧିକ କଲେକ୍ସନ କରି ରେକର୍ଡ କରିବା ସହ ସିନେମା ହଲରେ ଧମାଲ କରୁଛି ।

ଯଦି ଏହି ଫିଲ୍ମର ଷ୍ଟାର କାଷ୍ଟ ସମ୍ପର୍କରେ କୁହାଯାଏ ତେବେ ରିତେଶ ଦେଶମୁଖ ରାଜା ଶିବାଜୀରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅଭିଷେକ ବଚ୍ଚନ, ବିଦ୍ୟା ବାଲାନ, ମହେଶ ମାଞ୍ଜରେକର, ଜେନେଲିଆ ଡିସୁଜା ଏବଂ ବୋମାନ ଇରାନୀଙ୍କ ସମେତ ଅନ୍ୟ ଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ ସଲମାନ ଖାନଙ୍କର ଏକ ସ୍ୱତନ୍ତ୍ର କ୍ୟାମିଓର ଝଲକ ଦେଖିବାକୁ ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Mo Odisha