କୋଲକାତା : ବାଂଲାଦେଶକୁ ଚୋରା ଚାଲାଣ ପୂର୍ବରୁ ନଦିଆ ସୀମାରେ ୩ କିଲୋ ୬୪୭ ଗ୍ରାମ ରୁପା ଅଳଙ୍କାର ଉଦ୍ଧାର କଲେ BSF । ପଶ୍ଚିମ ବଙ୍ଗ ନାଦିଆ ଜିଲ୍ଲା ସ୍ଥିତ ଭାରତ-ବାଂଲାଦେଶ ସୀମାରେ BSF ଚୋରା ଚାଲାଣ ରୁପା ସାମଗ୍ରୀ ଉଦ୍ଧାର ହୋଇଛି। ନଦୀର ଅନ୍ୟ ପାର୍ଶ୍ୱରୁ ବାଂଲାଦେଶକୁ ଚୋରା ଚାଲାଣ ପୂର୍ବରୁ ଏତେ ପରିମାଣର ରୂପା ଅଳଙ୍କାର ଧରାପଡ଼ିଛି ।
ନଦିଆର ଭାରତ-ବାଂଲାଦେଶ ସୀମାରେ ଥିବା ମହାଖୋଲା ଗ୍ରାମକୁ କାର୍ଯ୍ୟରତ ସୀମା ସୁରକ୍ଷା କର୍ମୀମାନେ ଗତ ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିଲେ । ହଠାତ୍ ନଦୀର ଅନ୍ୟ ପାର୍ଶ୍ୱରୁ ବାଂଲାଦେଶ ଆଡକୁ ଦୁର୍ବୃତ୍ତମାନେ କିଛି ଫିଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ । BSF ସେମାନଙ୍କୁ ପିଛା କରିବାରୁ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗ ଛାଡି ପଳାଇଯାଇଥିଲେ । ଉଦ୍ଧାର ରୁପା ଅଳଙ୍କାରକୁ ଭୀମପୁର ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି ।

