Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ହେଉଛି NEET UG 2026 ପରୀକ୍ଷା

ଆଜି ହେଉଛି NEET UG 2026 ପରୀକ୍ଷା

ଜି ହେଉଛି NEET UG 2026 ପରୀକ୍ଷା। NTA ଦ୍ଵାରା ଭାରତର ୫୫୨ଟି ସହର ଓ ବିଦେଶର ୧୪ଟି ସହରରେ ଏହି ପରୀକ୍ଷା ହେଉଛି। ସାରା ଦେଶରେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପିଲା ପରୀକ୍ଷା ଦେଉଛନ୍ତି। ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଗାଇଡଲାଇନ ଅନୁସାରେ ପ୍ରାର୍ଥୀମାନଙ୍କୁ ଅପରାହ୍ନ ୧ ଟା ପରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

ସେମାନେ ୧୧ଟାରୁ ୧୨ଟା ୩୦ ଭିତରେ ପହଞ୍ଚିବା ଦରକାର ବୋଲି କୁହାଯାଇଛି। ଏହି ସମୟରେ ପହଞ୍ଚିଲେ ସବୁପ୍ରକାର ଚେକିଙ୍ଗ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯାଇପାରିବେ। ସାଢ଼େ ଗୋଟାଏ ପରେ ପରୀକ୍ଷା ହଲକୁ ଅନୁମତି ନାହିଁ। NEET UG 2026 ଆବେଦନକାରୀମାନେ ପରୀକ୍ଷା କେନ୍ଦ୍ରକୁ କୌଣସି ପ୍ରତିବନ୍ଧିତ ଜିନିଷ ଆଣିବା ଉପରେ କଟକଣା ଜାରି କରାଯାଇଛି। ଯେକୌଣସି ଅନିୟମିତତାକୁ ରୋକିବା ଏବଂ ପରୀକ୍ଷାର ନିରପେକ୍ଷ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV