Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସନ୍ତାକାଲି IPL  ପ୍ରଥମ କ୍ବାଲିଫାୟାର ମ୍ୟାଚ

ଆସନ୍ତାକାଲି IPL ପ୍ରଥମ କ୍ବାଲିଫାୟାର ମ୍ୟାଚ

ନ୍ଦିଘୋଷ ବ୍ୟୁରୋ: IPL ୨୦୨୬ରେ ପ୍ଲେଅଫ୍ ଚୂଡ଼ାନ୍ତ । ଆସନ୍ତାକାଲି ଖେଳାଯିବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପ୍ରଥମ କ୍ବାଲିଫାୟାର ମ୍ୟାଚ । ପ୍ରଥମ କ୍ବାଲିଫାୟାରରେ ବିଗତ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରକୁ ଭେଟିବ ଗୁଜରାଟ ଟାଇଟାନ୍ସ । ଧର୍ମଶାଳାରେ ସଂଧ୍ୟା ୭ଟା ୩୦ ମିନିଟରେ ଖେଳାଯିବ ମ୍ୟାଚ । ବିଜେତା ଦଳ ସିଧା ଫାଇନାଲରେ ପହଞ୍ଚିବ ।

୨୭ ତାରିଖରେ ଚଣ୍ଡିଗଡ଼ରେ ଖେଳାଯିବ ପ୍ରଥମ ଏଲିମିନେଟର । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଗତକାଲି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଚତୁର୍ଥ ଟିମ ଭାବେ ରାଜସ୍ଥାନ ପ୍ଲେଅଫରେ ପ୍ରବେଶ କରିଥିଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ମୁମ୍ବାଇ ସାମ୍ନାରେ ରାଜସ୍ଥାନ ରୟାଲ୍ସ ୨୦୬ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା।

ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା। ଏଲିମିନେଟରରେ ବିଜୟୀ ଟିମ ଓ କ୍ବାଲିଫାୟାରରେ ପରାସ୍ତ ହୋଇଥିବା ଟିମ ସହ ୨୯ ତାରିଖରେ ଅନୁଷ୍ଠିତ ହେବ ଦ୍ବିତୀୟ କ୍ଵାଲିଫାୟାର ମ୍ୟାଚ । ଏଥିରେ ବିଜୟୀ ଦଳ ପ୍ରଥମ କ୍ଵାଲିଫାୟାର ବିଜୟୀ ଟିମ ସହ ୩୧ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ । ମାର୍ଚ୍ଚ ୨୮ ତାରିଖରେ ୧୦ଟି ଟିମକୁ ନେଇ ଆରମ୍ଭ ହୋଇଥିଲା ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ ର ୧୯ ତମ ସଂସ୍କରଣ ।….

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV