Dailyhunt
ଆୟାପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ : ଆଜିଠାରୁ ମାମଲାର ଶୁଣାଣି କରିବେ ୯ ଜଣିଆ ସୁପ୍ରିମକୋର୍ଟ ଖଣ୍ଡପୀଠ

ଆୟାପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ : ଆଜିଠାରୁ ମାମଲାର ଶୁଣାଣି କରିବେ ୯ ଜଣିଆ ସୁପ୍ରିମକୋର୍ଟ ଖଣ୍ଡପୀଠ

ନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ସାବରିମାଳା ଭଗବାନ ଆୟାପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ। ଆଜିଠାରୁ ମାମଲାର ଶୁଣାଣି କରିବେ ୯ ଜଣିଆ ସୁପ୍ରିମକୋର୍ଟ ଖଣ୍ଡପୀଠ। ପୂର୍ବରୁ ବୟସ କଟକଣା ଉଠାଇବା ସଂକ୍ରାନ୍ତ ୫ ଜଣିଆ ଖଣ୍ଡପୀଠର ରାୟକୁ ଗ୍ରହଣ କରିଥିଲେ କେରଳ ସରକାର। ସାବରିମାଳା ମନ୍ଦିରରେ ପ୍ରବେଶ କରୁଥିବା ମହିଳାଙ୍କ ବୟସ କଟକଣାକୁ ହଟାଇବା ସଂକ୍ରାନ୍ତ ୨୦୧୮ର ରାୟର ସାମ୍ବିଧାନିକ ପୁନଃସମୀକ୍ଷା କରିବା ଲାଗି ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ ବୃହତ୍ତର ଖଣ୍ଡପୀଠ।

ଏହି ଖଣ୍ଡପୀଠରେ ଅଛନ୍ତି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ. ବି. ଭି. ନାଗରତ୍ନା, ଏମଏମ ସୁନ୍ଦରେଶ ପ୍ରମୁଖ।

୨୦୧୮ ସେପ୍ଟେମ୍ବର ୨୮ରେ ୪-୧ ରାୟରେ ସୁପ୍ରିମକୋର୍ଟ ମନ୍ଦିରରେ ପ୍ରବେଶ କରିବା ସଂକ୍ରାନ୍ତ ମହିଳାଙ୍କ ବୟସ କଟକଣାକୁ ହଟାଇଦେଇଥିଲେ। ଏହା ସହ କେରଳ ହିନ୍ଦୁ ସର୍ବସାଧାରଣ ପୀଠ ନିୟମାବଳୀ-୧୯୬୫କୁ ଉଚ୍ଛେଦ କରିଥିଲେ। ଏହି ୯ ଜଣିଆ ବେଞ୍ଚ ମହିଳାଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ବିସ୍ତୁତ ସମୀକ୍ଷା କରିବେ। କେବଳ ଏତିକି ନୁହେଁ, ଧାରା ୨୫ ଅନୁସାରେ ସାମ୍ବିଧାନିକ ସ୍ବାଧୀନତା, ମସଜିଦ ଓ ଦରଘାରେ ମୁସଲିମ ମହିଳାଙ୍କ ପ୍ରବେଶ, ଦାଉଦ ବୋରା ସମ୍ପ୍ରଦାୟର ଯୌନାଙ୍ଗ ଛେଦନର ଆଇନଗତ ବୈଧତା ପ୍ରସଙ୍ଗରେ ବି କୋର୍ଟ ସମୀକ୍ଷା କରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV