Dailyhunt
ଅସୁସ୍ଥ ବିଗ୍ ବି, ଖୁବ୍‌ଶୀଘ୍ର ହେବ ଅସ୍ତ୍ରୋପଚାର

ଅସୁସ୍ଥ ବିଗ୍ ବି, ଖୁବ୍‌ଶୀଘ୍ର ହେବ ଅସ୍ତ୍ରୋପଚାର

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଅସୁସ୍ଥ । ଖୁବ୍‌ଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯିବ। ଏ ନେଇ ନିଜେ ବ୍ଲଗରେ ସୂଚନା ଦେଇଛନ୍ତି ବିଗ୍ ବି। ହେଲେ କ'ଣ ପାଇଁ ଅସ୍ତ୍ରୋପଚାର ହେବ ସେ ନେଇ କହିପାରିବେ ନାହିଁ ବୋଲି ଟୁଇଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ବିଗ୍‌ ବି।

ଅମିତାଭ୍‌ଙ୍କ ଏହି ଟୁଇଟ୍‌ ପରେ ପ୍ରଶଂସକମାନେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସିନିୟର ବଚ୍ଚନ ତାଙ୍କ ଆଗାମୀ ଫିଲ୍ମ 'ମେ' ଡେ'ର ଶୁଟିଂରେ ବ୍ୟସ୍ତ ଥିଲେ । ଶୁଟିଂ ସେଟ୍‌ର ଫଟୋ ବି ସେ ସୋସିଆଲ ମିଡିଆରେ ଶେୟାର କରି ସେ ଫ୍ୟାନ୍ସକୁ ଫି୍ଲ୍ମ ବିଷୟରେ ଅପଡେଟ୍ ସୂଚନା ଦେଇଥିଲେ। ହେଲେ ହଠାତ୍‌ ତାଙ୍କର କ'ଣ ହେଲା ବୋଲି ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ଅସୁସ୍ଥ ଖବର ଜାଣିବା ପରେ ପ୍ରଶଂସକଙ୍କ ହାର୍ଟ ବିଟ୍‌ ବଢ଼ିଯାଇଛି।

ସମସ୍ତେ ଅମିତାଙ୍କ ପାଇଁ ପ୍ରାର୍ଥନା କରିବା ସହ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଏହା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ମଧ୍ୟ ଏକ ଫଟୋ ସେୟାର କରି କ୍ୟାପଶନରେ କେବଳ ଗୁଡ଼ାଏ ପ୍ରଶ୍ନ ବାଚକ ଚିହ୍ନ ଦେଇଛନ୍ତି। ତେବେ ବିଗ୍ ବିଙ୍କ ଏଭଳି ଅନ୍ଦାଜରେଲେଖିବାବି ଫ୍ୟାନ୍ସଙ୍କ ଚିନ୍ତା ବଢ଼ାଇଛି। ଏହା ପୂର୍ବରୁ ବିଗ୍ ବି କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେ କରୋନା ଲଢ଼େଇରେ ଜିତି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ବି ସମସ୍ତେ ଚାହୁଁଛନ୍ତି ଯେ ପୁଣିଥରେ ଅମିତାଭ ସୁସ୍ଥ ହୋଇଯାଆନ୍ତୁ ଏବଂ ପୁଣିଥରେ ପରଦାରେ ନିଜ ଅଭିନୟର ଯାଦୁ ଚଲାନ୍ତୁ।

Tags: #amitabhbachchan Big B

Continue Reading

Previous Mann ki Baat Updates: ଭାରତର ଗଳିକନ୍ଦିରେ ପହଞ୍ଚିଛି 'ଆତ୍ମ ନିର୍ଭର ଭାରତ' ମନ୍ତ୍ର Next ରାମ ମନ୍ଦିର ପାଇଁ ୨୧ଶହ କୋଟି ଦାନ ଦେଲେ ଦେଶବାସୀ

Tags: #amitabhbachchan Big B

Continue Reading

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV