Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ

ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ

ନ୍ଦିଘୋଷ ବ୍ୟୁରୋ : ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା କି ମନ୍ଦିର । ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଚୂଳ l ଯାହାକୁ ଦେଖି ଉଠିଛି ନାନା ପ୍ରଶ୍ନ। ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଚୁଳ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ l ସମୁଦ୍ର ବେଳାଭୂମିରେ ମାଟି ତଳେ ପୋତି ହୋଇ ରହିଛି ଏହି ରହସ୍ୟମୟ ଚୂଳ l ସମୁଦ୍ର କୂଳରେ ଏହା ଦୃଶ୍ୟମାନ ହେଉଥିବା ବେଳେ ମାଟି ତଳେ ମନ୍ଦିର ରହିଛି ନା କେବଳ ମନ୍ଦିରର ଚୁଳ ରହିଛି ତାହା ଏବେ ରହସ୍ୟ ଘେରରେ l

ଦିନେ ଏଠାରେ ଜନ ବସତି ରହିଥିବା ବେଳେ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘି ଘର ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଛି l ଅଧିକ ମାତ୍ରାରେ ମାଟି ଖୋଳିବା ପରେ ହିଁ ଏହା ଏକ ମନ୍ଦିର ନା କେବଳ ମନ୍ଦିରର ଚୁଳ ତାହା ସ୍ପଷ୍ଟ ହେବ। ଅନ୍ୟପଟେ ଗ୍ରାମର ସେହି ସ୍ଥାନରେ ଏକ ଗଙ୍ଗା ଦେବି ମନ୍ଦିର ରହିଥିଲା l ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଏହି ମନ୍ଦିର ଟି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା l ସେହି ମନ୍ଦିର ଟି ହୋଇଥାଏ ପରେ ବୋଲି ଗ୍ରାମବାସୀ ମାନେ ଅନୁମାନ କରୁଛନ୍ତି… l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV