Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାମ୍ମୁ ଓ କାଶ୍ମୀରରେ ନିରାପତ୍ତା ବାହିନୀକୁ ସଫଳତା

ଜାମ୍ମୁ ଓ କାଶ୍ମୀରରେ ନିରାପତ୍ତା ବାହିନୀକୁ ସଫଳତା

ନନ୍ଦିଘୋଷବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରେ ନିରାପତ୍ତା ବାହିନୀକୁ ସଫଳତା। ଅନେକ ଆକ୍ରମଣ ଘଟଣାରେ ସାମିଲ ଥିବା ଜଣେ ତୁଙ୍ଗ ଲସ୍କର-ଏ-ତଏବା ଆତଙ୍କୀ ନିପାତ ହୋଇଛି। ଜାମ୍ମୁ ଓ କାଶ୍ମୀରର ବୁଦଗାମରେ ହୋଇଛି ଏନକାଉଣ୍ଟର। ପ୍ରାଣ ହରାଇଥିବା ଆତଙ୍କୀ ହେଉଛି ସୁଲେମାନ ଶାହ ଓରଫ ମୁସା। କେନ୍ଦ୍ରୀୟ କାଶ୍ମୀରର କୋରାଗ, ୟୁସମାର୍ଗରେ ଚାଲିଥିବା ଆର୍ମିର ସର୍ଚ୍ଚ ଅପରେସନ ବେଳେ ତାର ନିଧନ ହୋଇଛି।

ଆର୍ମି ଉପରକୁ ଆତଙ୍କୀମାନେ ଗୁଳିଚାଳନା କରିବା ପରେ ତାହାର ପାଲଟା ଜବାବ ଦେଇଥିଲେ ନିରାପତ୍ତା ବାହିନୀ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ରେଡ ଜାରି ରହିଛି। ଗତ କିଛି ବର୍ଷ ଧରି ଜାମ୍ମୁ ଓ କାଶ୍ମୀରରେ ଅନେକ ଆତଙ୍କୀ ଘଟଣାରେ ସେ ସାମିଲ ଥିଲା।

ସେପଟେ କାଠୁଆ ଜିଲ୍ଲାରେ ସେବା-୨ ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପସ୍ଥିତ ଏକ ଶିବିରରେ ଘଟିଛି ଦୁଃଖଦ ଘଟଣା। ସହକର୍ମୀଙ୍କ ଗୁଳିମାଡରେ ପ୍ରାଣ ହରାଇଛନ୍ତି କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ-CISFର ୪ ଯବାନ। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ସହକାରୀ କମାଣ୍ଡାଣ୍ଟ ରାଙ୍କର ଅଫିସର। ଅଭିଯୁକ୍ତ ତଥା CISF ହେଡ୍ କନଷ୍ଟେବଳ ଅବଧେଶ ସିଂକୁ ଗିରଫ କରାଯାଇଛି।..

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV