Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେବେ ବେସାହାରା ଦୋକାନୀଙ୍କୁ ମିଳିବ ସାହାରା ?

କେବେ ବେସାହାରା ଦୋକାନୀଙ୍କୁ ମିଳିବ ସାହାରା ?

ନ୍ଦିଘୋଷ ବ୍ୟୁରୋ : ଫେବୃଆରୀ ୯, ୨୦୨୬ । ୩୧୪ଟି ଦୋକାନ ଉପରେ ଚାଲିଲା ବୁଲଡୋଜର । ମାଟିରେ ମିଶିଥିଲା ଅନେକ ଲୋକଙ୍କ ରୋଜଗାର ପନ୍ଥା । ପ୍ରଶାସନ ପକ୍ଷରୁ ମିଳିଥିଲା ଥଇଥାନ ପ୍ରତିଶୃତି । ହେଲେ ଘଟଣାକୁ ୬ ମାସ ବିତିଯାଇଥିଲେ ସୁଦ୍ଧା ନିରବ ପ୍ରଶାସନ ।… ରାସ୍ତା ପ୍ରଶସ୍ତିକରଣ ପାଇଁ ମୟୂରଭଞ୍ଜ ଜିଲ୍ଲା ଉଦଳା ହୋଣ୍ଡା ସୋ ରୁମ ଠାରୁ କଲିଆ ଛକ ପର୍ଯ୍ୟନ୍ତ ରାସ୍ତାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ।

ପାନ, ଚାହା, ଜଳଖିଆ ଦୋକାନ ଭଳି ଅନେକ ଦୋକାନ ମାଟିରେ ମିଶିଥିଲା । ହେଲେ ଆଜି ଯାଏଁ ନୂତନ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ଉଚ୍ଛେଦ ଦୋକାନୀ ମାନଙ୍କୁ ଏଯାଏଁ ମିଳିନି ଦୋକାନ ଘର । ଭଙ୍ଗା ଯାଇଥିବା ସ୍ଥାନରେ କିଏ ପାନ ଧରି ବେପାର କରୁଛି ତ ଆଉ କିଏ ଗାଡ଼ି ସଜାଡି ପରିବାର ପ୍ରତିପୋଷଣ କରୁଛି । ଅନ୍ୟପଟେ ଭେଣ୍ଡିଂ ଜୋନ ନିମନ୍ତେ ଅନୁଦାନ ଆସିଛି । ବର୍ଷା ପାଇଁ କାମ ଆରମ୍ଭ ହୋଇନାହିଁ । ଖୁବଶୀଘ୍ର ଭେଣ୍ଡିଂ ଜୋନରେ ଉଚ୍ଛେଦକାରୀଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ।…

ବେସାହାରା ଦୋକାନୀଙ୍କୁ କେବେ ମିଳୁଛି ସାହାରା ? କେବେ ସେମାନଙ୍କ ମୁହଁରେ ଫୁଟିବ ହସ ? ତାହା ଦେଖିବାକୁ ବାକି ରହିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV