Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖୋଲିବ ପାରାଦୀପ ଜାହାଜ ବୁଡ଼ି ଘଟଣାର ରହସ୍ୟ

ଖୋଲିବ ପାରାଦୀପ ଜାହାଜ ବୁଡ଼ି ଘଟଣାର ରହସ୍ୟ

ନ୍ଦିଘୋଷ ବ୍ୟୁରୋ : ଲୁହା ପଥର ଜାହାଜ ଓସେନ ୱିନର ବୁଡ଼ିବା ଘଟଣାର ଚାଲିଛି ତଦନ୍ତ। ଉଦ୍ଧାର ହୋଇଥିବା ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। କିନ୍ତୁ ତାଙ୍କ ଭାଷା ବୁଝି ହେଉନଥିବାରୁ ଦୁଇ ଜଣ ଅନୁବାଦକ ଆସିଛନ୍ତି। ସେମାନେ ପାରାଦୀପରେ ଆସି ପହଞ୍ଚିଛନ୍ତି।

ଉଦ୍ଧାର ଦୁଇ କର୍ମଚାରୀଙ୍କଠାରୁ ତଥ୍ୟ ହାସଲ କରିବାରେ ଏମାନେ ସାହାଯ୍ୟ କରିବେ।

ଓସେନ ୱିନରରେ ମୋଟ ୨୪ ଜଣ କର୍ମଚାରୀ ଥିଲେ। ଦୁଇ ଜଣଙ୍କୁ ଅଗଷ୍ଟ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା। ଗତକାଲି ସେମାନେ ପାରାଦୀପରେ ପହଞ୍ଚିଥିଲେ। ପଚରା ଉଚରା କରି ତଥ୍ୟ ସଂଗ୍ରହ ପରେ ସେହି ଦୁଇ କର୍ମଚାରୀଙ୍କୁ ଚୀନ ପଠାଯିବ।

୨୧ ତାରିଖରେ ପାରାଦୀପରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂରରେ ବୁଡ଼ି ଯାଇଥିଲା ଓସେନ ୱିନର। ଜାହାଜର ମୋଟ ୨୪ କର୍ମଚାରୀଙ୍କ ମଧ୍ୟରୁ ୨୦ ଜଣ ଚୀନର, ୩ ଜଣ ମିଆଁମାରର ଓ ଜଣେ ବାଂଲାଦେଶୀ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV