ଇନ୍ଦୋର: ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ ଆୟୋଜିତ କୃଷକ ଆନ୍ଦୋଳନ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଯାହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ ସଭାପତି କମଳନାଥ । ସେ କହିଛନ୍ତି, ସରକାର କୃଷକଙ୍କ ସ୍ୱରକୁ ଚପାଇଦେବାକୁ ଚାହୁଁଛନ୍ତି । ଶନିବାର ଅନୁଷ୍ଠିତ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପ୍ରଦେଶ କଂଗ୍ରେସ ସଭାପତି କମଳନାଥ । ଇନ୍ଦୋରଠାରୁ ୫୦ କିଲୋମିଟର ଦୂର ଦୀପାଲପୁରଠାରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନରେ ଟ୍ରାକ୍ଟର ରାଲି ହୋଇଥିଲା । ଯେଉଁଥିରେ ସେ ନିଜେ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଥିଲା ।