Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫିଫା ବିଶ୍ବକପ୍‌ : କେବଳ ୮ ଦେଶ ଜିତିଛନ୍ତି ବିଶ୍ବକପ୍‌

ଫିଫା ବିଶ୍ବକପ୍‌ : କେବଳ ୮ ଦେଶ ଜିତିଛନ୍ତି ବିଶ୍ବକପ୍‌

ନ୍ଦିଘୋେଷ ବ୍ୟୁରୋ: ଫିଫା ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ୧୯୩୦ ମସିହାରେ ଖେଳାଯାଇଥିଲା। ଏପର୍ଯ୍ୟନ୍ତ ଏହି ବିଶ୍ବକପ୍‌ର ୨୨ ସଂସ୍କରଣ ଶେଷ ହୋଇଛି। ଏହା ମଧ୍ୟରେ କେବଳ ୮ ଦଳ ଏହି ବିଶ୍ବକପ୍‌ ଟ୍ରଫି ତୋଳି ଧରିବାର ସକ୍ଷମ ହୋଇଛନ୍ତି। ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ବକପ୍‌ ଜିତିଥିଲା ବେଳେ ଜର୍ମାନୀ ଓ ଇଟାଲୀ ୪ ଲେଖାଏଁ ଜିତି ଦ୍ବିତୀୟ ସ୍ଥାନରେ ଅଛନ୍ତି।

ଆର୍ଜେଣ୍ଟିନା ୩ ଥର ବିଜେତା ହୋଇଥିବା ବେଳେ ଫ୍ରାନ୍ସ ଓ ଉରୁଗୁଏ ୨ ଥର ଲେଖାଏଁ ଏବଂ ଇଂଲଣ୍ଡ ଓ ସ୍ପେନ୍‌ ଥରେ ଲେଖାଏଁ ଟ୍ରଫି ଜିତିବାର ଗୌରବ ପାଇଛନ୍ତି।

ବ୍ରାଜିଲ୍‌ (୫ ଥର ବିଜେତା)
ବ୍ରାଜିଲ୍‌ ୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୨ରେ ବିଶ୍ବକପ୍‌ ଜିତି ଏହି ଫୁଟ୍‌ବଲ୍‌ ମହାକୁମ୍ଭର ସଫଳ ଦଳ ରହିଛି। ଏହି ଦଳ ମଧ୍ୟ ୭ ଥର ଫାଇନାଲ୍‌ ଖେଳି ୨ ଥର ଉପବିଜେତା ହୋଇଛି। କିଂବଦନ୍ତି ଷ୍ଟ୍ରାଇକର୍‌ ରୋନାଲ୍‌ଡୋ ଲୁଇସ୍‌ ନାଜାର୍ଲୋ ଡି ଲିମା ଏହି ଦେଶ ପକ୍ଷରୁ ବିଶ୍ବକପ୍‌ରେ ସର୍ବାଧିକ ଗୋଲ୍‌ ୧୫ ଦେଇଛନ୍ତି। ଏହି ଦେଶର ମହାନ ଫୁଟ୍‌ବଲର୍‌ ପେଲେ ସର୍ବାଧିକ ୩ ଥର ବିଶ୍ବକପ୍‌ ତୋଳି ଧରିବାର ଗୌରବ ଅର୍ଜନ କରିଛନ୍ତି।

-ଜର୍ମାନୀ (୪ ଥର ବିଜେତା)
ଜର୍ମାର୍ନୀ ୪ ଥର ବିଶ୍ବମୁକୁଟ ୧୯୫୪, ୧୯୭୪, ୧୯୯୦ ଓ ୨୦୧୪ରେ କରାୟତ୍ତ କରିଥିଲା। ଏହି ଦଳ ୮ ଥର (ଉଭୟ ପଶ୍ଚିମ ଜର୍ମାନୀ ଓ ଜର୍ମାନୀ) ଫାଇନାଲ୍‌ ଖେଳିବାର ସୌଭାଗ୍ୟ ପାଇଛି।

-ଇଟାଲୀ (୪ ଥର ବିଜେତା)
ଇଟାଲୀ ୧୯୩୪, ୧୯୩୮, ୧୯୮୨ ଓ ୨୦୦୬ରେ ବିଶ୍ବକପ୍‌ ତୋଳି ଧରିଥିଲା। ଇଟାଲୀ ପ୍ରଥମ ଦଳ ଭା‌ବେ ଲଗାତାର ୨ ଥର ବିଜେତା ହୋଇଥିଲା। ଶେଷ ଥର ଲାଗି ୨୦୦୬ରେ ବର୍ଲିନରେ ଏହି ଦଳ ଟ୍ରଫି ଜିତିଥିଲା। ଫାଇନାଲ୍‌ର ନିର୍ଦ୍ଧାରିତ ଓ ଅତିରିକ୍ତ ସମୟରେ ମ୍ୟାଚ୍‌ ୧-୧‌ ସ୍ଥିତିରେ ରହିଥିଲା। ଶେଷରେ ଇଟାଲି ୫-୩ ସୁଟ୍‌ଆଉଟ୍‌ରେ ଫ୍ରାନ୍ସକୁ ହରାଇ ବିଜେତା ହୋଇଥିଲା। ଇଟାଲୀ ୬ ଥର ଫାଇନାଲ୍‌ ଖେଳିଥିଲା ବେଳେ ୨୦୧୮, ୨୦୨୨ ଓ ୨୦୨୬ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି।

-ଆର୍ଜେଣ୍ଟିନା (୩ ଥର ବିଜେତା)
ଆର୍ଜେଣ୍ଟିନା ୩ ଥର (୧୯୭୮, ୧୯୮୬ ଓ ୨୦୨୨) ବିଶ୍ବ ବିଜେତା ହୋଇଛି। ଡିଏଗୋ ମାରୋଡୋନାଙ୍କ ଚମତ୍କାରିତାରେ ୧୯୮୬ରେ ଟ୍ରଫି ଜିତିଥିବା ଏହି ଦଳ ୩୬ ବର୍ଷ ପରେ ୨୦୨୨ରେ ଲିଓନେଲ୍‌ ମେସିଙ୍କ ନେତୃତ୍ବରେ ଫ୍ରାନ୍ସକୁ ହରାଇ ବିଶ୍ବକପ୍‌ ଜିତିଥିଲା। ଏହି ଦଳ ଏପର୍ଯ୍ୟନ୍ତ ୬ ଥର ବିଶ୍ବକପ୍‌ ଫାଇନାଲ୍‌ ଖେଳିଛି।

-ଫ୍ରାନ୍ସ (ଦୁଇ ଥର ବିଜେତା)
ଫୁଟ୍‌ବଲ୍‌ର ବିଶ୍ବ ମୁକୁଟ ଫ୍ରାନ୍ସ ୨ ଥର ୧୯୯୮ ଓ ୨୦୧୮ରେ ଅର୍ଜନ କରିବାରେ ସଫଳ ହୋଇଥିଲା। ଏହି ଦଳ ନିଜ ମାଟିରେ ବ୍ରାଜିଲକୁ ଫାଇନାଲ୍‌ରେ ହରାଇ ପ୍ରଥମ ବିଶ୍ବମୁକୁଟ କରାୟତ୍ତ କରିଥିଲା। ଏହାର ଦୁଇ ଦଶନ୍ଧି ପରେ ମସ୍କୋରେ ଖେଳାଯାଇଥିବା ଫାଇନାଲ୍‌ରେ କ୍ରୋଏସିଆକୁ ଦ୍ବିତୀୟ ମୁକୁଟ ନିଶ୍ଚିତ କରିଥିଲା।

-ଉରୁଗୁଏ (୨ ଥର ବିଜେତା)
ଉରୁଗୁଏ ଉଦ୍‌ଘାଟନୀ ସଂସ୍କରଣ ସହ ୧୯୫୦ରେ ବିଶ୍ବକପ୍‌ ଜିତିଥିଲା। ଏହି ଦୁଇ ଥର ଫାଇନାଲ୍‌ ଖେଳିଥିଲା ବେଳେ ୨ ଥର ଯାକ ବିଶ୍ବକପ୍‌ ଜିତିବାର ‌ସୌଭାଗ୍ୟ ଅର୍ଜନ କରିଛି। ପ୍ରଥମ ସଂସ୍କରଣ ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିଜେତା ହୋଇଥିଲା ଉରୁଗୁଏ।

-ଇଂଲଣ୍ଡ ( ଥରେ)
ଇଂଲଣ୍ଡ ମାତ୍ର ଥରେ ୧୯୬୬ରେ ବିଶ୍ବ ବିଜେତା ହୋଇଥିଲା। ‌ଏହି ଦଳ ମଧ୍ୟ ପ୍ରଥମ ଥର ବିଶ୍ବକପ୍‌ ଫାଇନାଲ୍‌ ଖେଳି ଏହି ସଫଳତା ପାଇଥିଲା। ନିଜ ଘ‌ରୋଇ ମାଟି ଲଣ୍ଡନରେ ଖେଳାଯାଇଥିବା ଫାଇନାଲ୍‌ରେ ଏହି ଦଳ ପଶ୍ଚିମ ଜର୍ମାନୀକୁ ପରାସ୍ତ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV