Dailyhunt
ପୁଣି ଶୀର୍ଷରେ ନବୀନ,  ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ବିଜେଡ଼ିର ଧନ୍ୟବାଦ

ପୁଣି ଶୀର୍ଷରେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ବିଜେଡ଼ିର ଧନ୍ୟବାଦ

ବାଲେଶ୍ୱର: ପୁଣି ଲୋକପ୍ରିୟ ନବୀନ । ଲୋକପ୍ରିୟତାର ଶୀର୍ଷରେ ନବୀନ ହୋଇଛନ୍ତି ନମ୍ବର-୧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଦେଉଛି ବାଲେଶ୍ବର ବିଜେଡି । ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଉପସ୍ଥିତ ରହିଛନ୍ତି । ଅନେକ ବିଧାୟକମାନେ ମଧ୍ୟ ଯୋଗଦେଇ ଦେଶର ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଥିବା ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମନ୍ତ୍ରୀ ପ୍ରତାପ ଜେନାଙ୍କୁ କର୍ମୀମାନେ ମୋଟର ସାଇକେଲ ରାଲିରେ ସ୍ବାଗତକରି ସଭା ସ୍ଥଳକୁ ଆଣିଥିଲେ । ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ପାଇଁ କରାଯାଇ ଥିବା ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ଏଥିସହିତ କରୋନାର ସଫଳ ପରିଚାଳନା, ସଂକ୍ରମିତ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା, ବିଭିନ୍ନ ବର୍ଗର କର୍ମଚାରୀଙ୍କ ସୁବିଧା ପାଇଁ ସୁଯୋଗ ସୃଷ୍ଟି ପ୍ରଭୃତି ବିଷୟକୁ ପର୍ଯ୍ୟାଲୋଚନା କରି ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟତା ପ୍ରଦାନ କରାଯାଇଥିବାରୁ ବାଲେଶ୍ବର ବିଜେଡ଼ି ତରଫରୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଦିଆଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV