Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସମ୍ବଲପୁରରେ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା

ସମ୍ବଲପୁରରେ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା

ନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକ ଠାରେ ଗୁଳିକାଣ୍ଡ l ଏମଡି ଅନିଶ ନାମକ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ଅଟକ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାସ୍ଥଳ ରେ ଦୁଇଜଣ ଅତିରିକ୍ତ ଏସପି, ବୁର୍ଲା ଏସଡ଼ିପିଓ, ବରିଷ୍ଠ ଥାନା ଅଧିକାରୀ ଉପସ୍ଥିତ ଥିବାବେଳେ ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି ସନ୍ଦେହ କରାଯାଉଛି l

ଅଭିଯୁକ୍ତ ଅଟୋରେ ଆସି ଗୁଳି ମାଡ଼ କରି ଫେରାର ମାରିଥିବା ବେଳେ ପୋଲିସ ଗୋଡାଇ ଗୋଡାଇ ଧରିଛି । ସବୁଠାରୁ ବଡ଼କଥା ହେଲା ଉଭୟେ ଗୋଟିଏ ଘରେ ଭଡ଼ା ରହୁଥିବା ବେଳେ ନିଜ ନିଜ ଭିତରେ ଝଗଡା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV