Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତେଜୁଛି ରେଭେନ୍ସା ବିବାଦ : ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ

ତେଜୁଛି ରେଭେନ୍ସା ବିବାଦ : ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ

ନ୍ଦିଘୋଷ ବ୍ୟୁରୋ : ତେଜୁଛି ରେଭେନ୍ସା ବିବାଦ । ଓ୍ବାର୍ଡେନଙ୍କୁ ଅଶାଳୀନ ବ୍ୟବହାର ପାଇଁ ସର୍ବସାଧାରଣରେ କ୍ଷମା ମାଗନ୍ତୁ ସଦର ବିଧାୟକ । ଦାବି କରି ପ୍ରତିବାଦକୁ ଓହ୍ଲାଇଲେ ରେଭେନ୍ସା ପୁରାତନ ଛାତ୍ରଛାତ୍ରୀ। ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ । ସେପଟେ ଗତକାଲି ରାତିରେ ଶିକ୍ଷକ ସଂଘ କହିଛି ଯେ ବିଧାୟକ ବର୍ତ୍ତମାନ ପର୍ଯ୍ୟନ୍ତ ସିନେଟ ସଦସ୍ଯ ହୋଇ ନାହାନ୍ତି ।

କାରଣ ସିନେଟ ଗଠନ ପ୍ରକ୍ରିୟା ସରିନି। ତେଣୁ ସେ ବିଶ୍ବବିଦ୍ୟାଳୟ କଥାରେ ମୁଣ୍ଡ ଖେଳାଇବା ତାଙ୍କର ପରିସର ଭିତରେ ଯାଉନି। ତଥାପି ଆମେ ତାଙ୍କର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ଦାବି ଆଉ ରଖୁ ନାହୁଁ। ସେ କେବଳ ଆମର ପ୍ରଫେସର ଓ ଚିଫ ୱାଡେନଙ୍କ ନାଁରେ ବାଚସ୍ପତିଙ୍କୁ ଦେଇ ଥିବା ଚିଠି ପ୍ରତ୍ୟାହାର କରି ନିଅନ୍ତୁ ।

ତାପରେ ଆଲୋଚନା ସମ୍ଭବ ହେବ। ଶନିବାର ମଧ୍ୟରାତ୍ରିରେ ହୋଷ୍ଟେଲର କିଛି ଅନ୍ତେବାସୀ ଫ୍ରେଣ୍ଡସିପ୍ ଡେ' ପାଳନ ପାଇଁ ଏକାଠି ହୋଇଥିଲେ। ମାତ୍ର ଚିଫ୍ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କ ନିକଟରେ ରାଗିଂ ହେଉଥିବା ନେଇ ଖବର ପହଞ୍ଚିଥିଲା। ଗଣ୍ଡଗୋଳ ସୃଷ୍ଟି ହେବା ଆଶଙ୍କା କରି ୱାର୍ଡେନ୍ ପର ଦିନ ହୋଷ୍ଟେଲର ଦୁଇଟି ରୁମ୍ ବନ୍ଦ କରିଦେଇଥିଲେ, ଯାହାକୁ ନେଇ ଛାତ୍ରମାନେ ଆନ୍ଦୋଳନରେ ବସିଥିଲେ।

ତେବେ ସୋମବାର ଦିନ କୁଳପତି ନିଜେ ଚିଫ୍ ୱାର୍ଡେନ୍, ୱାର୍ଡେନ୍ ଏବଂ ୩ ଜଣ ସିନିୟର ଅଧ୍ୟାପକଙ୍କୁ ନେଇ ହୋଷ୍ଟେଲକୁ ଯାଇଥିଲେ। ସେଠାରେ କରିଡର, ବାଥରୁମ୍ ଓ ଭିତ୍ତିଭୂମିର ଅସୁବିଧା ସମ୍ପର୍କରେ ଛାତ୍ରମାନଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିଲା। ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ପିଲାମାନେ ସନ୍ତୁଷ୍ଟ ହୋଇ ଆନ୍ଦୋଳନରୁ ଓହରିଥିଲେ । ତେବେ ଆଲୋଚନା ଶେଷ ହେବା ପାଖାପାଖି ସମୟରେ ସଦର ବିଧାୟକ ସେଠାରେ ପହଞ୍ଚିଥିଲେ।

ମାତ୍ର ୧୫ ରୁ ୨୦ ସେକେଣ୍ଡ ଭିତରେ କଥା କଟାକଟି ହୋଇ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଥିବା କୁଳପତି କହିଛନ୍ତି। ଏବେ ବିବାଦର ଆପୋଷ ସାମାଧାନ ପାଇଁ ଉଦ୍ୟମ ଚାଲିଛି। ବିଧାୟକ କେବଳ ଗୋଟିଏ ହୋଷ୍ଟେଲର ଡେପୁଟି ୱାର୍ଡେନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ କୁଳପତି ଏହାକୁ ବ୍ୟକ୍ତିଗତ ନ କରି ସାର୍ବଜନୀନ ନିଷ୍ପତ୍ତି ନେଇଛନ୍ତି । କୌଣସି ଜଣେ ବ୍ୟକ୍ତି କିମ୍ବା ହୋଷ୍ଟେଲ ଉପରେ ଫୋକସ୍ ନକରି, ସମସ୍ତ ୧୩ଟି ହୋଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କୁ ସମ୍ପୂର୍ଣ୍ଣ ଅଦଳବଦଳ କରାଯିବ ବୋଲି କୁଳପତି ସ୍ପଷ୍ଟ କରିଛନ୍ତି। ରେଭେନ୍ସା ବିବାଦ ଆହୁରି ଖରାପ ସ୍ଥିତିକୁ ଯିବା ପୂର୍ବରୁ ତାର ସମାଧାନ ପାଇଁ ବୁଦ୍ଧିଜୀବୀଙ୍କ ମତ ରଖିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV