Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟିଏମସି ସାଂସଦଙ୍କୁ ପଥରମାଡ଼ !ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି.

ଟିଏମସି ସାଂସଦଙ୍କୁ ପଥରମାଡ଼ !ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି.

ନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ବଡ଼ ଧରଣର ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ବରିଷ୍ଠ ତୃଣମୂଳ କଂଗ୍ରେସ (TMC) ନେତା ତଥା ଲୋକସଭାରେ ଦଳର ମୁଖ୍ୟ ସଚେତକ କଲ୍ୟାଣ ବାନାର୍ଜୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହୁଗୁଳି ଜିଲ୍ଲାର ଚଣ୍ଡୀତଳା ପୋଲିସ ଥାନା ସମ୍ମୁଖରେ ହିଁ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସାଂସଦ କଲ୍ୟାଣ ବାନାର୍ଜୀ ଥାନା ନିକଟରେ ପହଞ୍ଚିବା ମାତ୍ରେ କିଛି ଲୋକ ତାଙ୍କୁ ଚାରିପଟୁ ଘେରି ଯାଇଥିଲେ। ପ୍ରଥମେ ତାଙ୍କୁ କଳା ପତାକା ଦେଖାଇବା ସହ ଜୋରଦାର ନାରାବାଜି କରାଯାଇଥିଲା। ଏହାପରେ ହଠାତ ତାଙ୍କ ଉପରକୁ ପଥର ଫିଙ୍ଗା ଯାଇଥିଲା, ଯାହା ସିଧାସଳଖ ତାଙ୍କ ମୁଣ୍ଡରେ ବାଜିଥିଲା।

ତେବେ ଏହି ଆକ୍ରମଣ ପଛରେ ବିଜେପି କର୍ମୀଙ୍କ ହାତ ଥିବା ନେଇ ସିଧାସଳଖ ଅଭିଯୋଗ ହୋଇଛି। ଗିରଫ ହୋଇଥିବା କିଛି ନେତା ଓ କର୍ମୀଙ୍କୁ ଖଲାସ କରିବା ଦାବିରେ ଟିଏମସି କର୍ମୀମାନେ ସେଠାରେ ଏକାଠି ହୋଇଥିଲେ। ସେହି ସମୟରେ ଉପସ୍ଥିତ ଥିବା ବିଜେପି କର୍ମୀଙ୍କ ସହ ସେମାନଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା ଏବଂ ଏହି ଉତ୍ତେଜନା ଭିତରେ ହିଁ ସାଂସଦଙ୍କୁ ଟାର୍ଗେଟ୍ କରାଯାଇଥିଲା।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରିଷ୍ଠ ନେତା କଲ୍ୟାଣ ବାନାର୍ଜୀ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ସୁଚିନ୍ତିତ ଯୋଜନା ଥିଲା ଏବଂ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Nandi Ghosa TV