Thursday, 16 Sep, 10.58 pm NEWS7

ହୋମ
୫ ହଜାର ଟଙ୍କାରେ ମିଳୁଛି ଭାରତ ସମେତ ୨୯ ଦେଶର ନକଲି କୋଭିଡ୍‌ ଟିକାକରଣ ପ୍ରମାଣପତ୍ର !

ନୂଆଦିଲ୍ଲୀ ୧୬/୦୯: କରୋନା ମହାମାରୀ ପ୍ରକୋପ ଏବେ ବି ଥମିନାହିଁ। ଏହାରି ମଧ୍ୟରେ ଚେକ୍‌ ପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟ ଚହଳ ପକାଇଛି। ଏହି ରିପୋର୍ଟରେ ଦାବି ହୋଇଛି, ଟେଲିଗ୍ରାମରେ ନକଲି କୋଭିଡ-୧୯ ଟିକାକରଣ ପ୍ରମାଣପତ୍ର ବ୍ୟବସାୟ ଚାଲିଛି । ଏହା ବ୍ୟତୀତ ନକଲି ଯାଞ୍ଚ ରିପୋର୍ଟ ମଧ୍ୟ ମିଳୁଛି। ଟେଲିଗ୍ରାମରେ ଭାରତ ସମେତ ୨୯ ଦେଶର ନକଲି ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ ୭୫ ଡଲାର ଅର୍ଥାତ ୫,୫୨୦ ଟଙ୍କାରେ ମିଳୁଥିବା ରିପୋର୍ଟରେ ଦାବି ହୋଇଛି।

ଯେଉଁମାନେ ଟିକା ନନେଇ ସବୁ ସ୍ଥାନକୁ ଯିବାକୁ ଚାହୁଛନ୍ତି ସେମାନେ ହିଁ ଏଭଳି କାମ କରୁଛନ୍ତି ବୋଲି ଚେକ୍ ପଏଣ୍ଟ ସଫ୍ଟୱୟର ଟେକ୍ନୋଲୋଜି ସହିତ ଜଡ଼ିତ ଓଡେଡ ୱାନୁନ୍ କହିଛନ୍ତି । ସିପିଆର୍ ରିପୋର୍ଟରେ ଅନୁସାରେ ମାର୍ଚ୍ଚ ମାସରୁ ଏବେ ଯାଏଁ ଏଭଳି ୫ ହଜାର ଟେଲିଗ୍ରାମ ଗ୍ରୁପ୍ ଚିହ୍ନଟ କରାଯାଇଛି।

ଏହି ଗ୍ରୁପ୍ ଗୁଡ଼ିକରେ ନକଲି ଟିକାକରଣ ପ୍ରମାଣପତ୍ର ବିକ୍ରି ହେଉଛି। ନକଲି ସାର୍ଟିଫିକେଟ୍ ବିକ୍ରି କରୁଥିବା ଗ୍ରୁପ୍ କ୍ରିପ୍ଟୋ କରେନ୍ସି ଓ ପେପାଲ୍‌ ଆପ୍‌ ଜରିଆରେ ଟଙ୍କା ନେଉଛନ୍ତି। ଆମଜନ ଓ ଇବେ ଗିଫ୍ଟ କାର୍ଡ ମାଧ୍ୟମରେ ମଧ୍ୟ ଏମାନେ ଅର୍ଥ ନେଉଛନ୍ତି । ତେବେ ଟେଲିଗ୍ରାମ କାହିଁକି ଅନେକ ଏମିତି ଲ୍ୟାବ୍‌ରୁ କେଇଟା ଟଙ୍କାରେ ନକଲି କରୋନା ପଜିଟିଭ୍‌ ପ୍ରମାଣପତ୍ର ମିଳୁଥିବା ମଧ୍ୟ ଅଭିଯୋଗ ହେଉଛି। ବିଶେଷ କରି ଅଫିସ୍‌ରୁ ଛୁଟି ଆଣିବା ପାଇଁ କରୋନା ପଜିଟିଭ୍‌ ସାର୍ଟିଫିକେଟ ଏକ ଉତ୍ତମ ମାଧ୍ୟମ ପାଲଟିଛି। ଏହାକୁ ନେଇ ବିଭିନ୍ନ ସଂସ୍ଥା ମଧ୍ୟ ବେପାର ଚଳାଇଥିବା ଅଭିଯୋଗ ହେଉଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top