ବାଲିଗୁଡା ୩।୭: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଝରିଘାଟିରେ ଅଭାବନୀୟ ଘଟଣା ଘଟିଛି । ବାଇକ୍ ଉପରେ ମାଡିଗଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କୋଟଗଡ କୁମ୍ଭାର ସାହିର ତୁଳସୀ ରଣା । କୋଟଗଡରୁ ବାଇକ୍ ଯୋଗେ ତୁମୁଡିବନ୍ଧ ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ବାଇକ୍ ଉପରେ ମାଡିଯାଇ ଥିଲା । ଘଟଣାସ୍ଥଳରେ ତୁମୁଡିବନ୍ଧ ଥାନା ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରି ତଦନ୍ତ ଜାରି ରଖିଛି ।