Dailyhunt
ବାଇକକୁ ପଛପଟୁ ଧକ୍କାଦେଲା ଟ୍ୟାଙ୍କର, ଜଣେ ମୃତ

ବାଇକକୁ ପଛପଟୁ ଧକ୍କାଦେଲା ଟ୍ୟାଙ୍କର, ଜଣେ ମୃତ

NEWS7 5 years ago

ପାରାଦୀପ ୦୫।୦୮ : ପାରାଦୀପ ଅଠରବାଙ୍କୀ ଟର୍ମିନାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୄତକ ପରିଚୟ ମିଳି ପାରିନଥିବା ବେଳେ ସେ ଜଣେ ମାଛ ବ୍ୟବସାୟୀ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ମାଛ ବ୍ୟବସାୟ କରିବା ପାଇଁ ମାଛବ୍ୟାଗ ନେଇ ପାରାଦୀପ ରୁ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସବୁଠାରୁ ବଡ଼କଥା ହେଉଛି ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେହି ରାସ୍ତାରେ ଏକ ବଡ଼ ଖାଲ ଥିବାରୁ ପୂର୍ବରୁ ଅନେକ ଲୋକ ଜାତାୟତ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଲଘୁଚାପ ଜନିତ ବର୍ଷା କାରଣରୁ ସେହି ଖାଲରେ ପାଣି ଭରି ହୋଇଯାଇଥିଲା । ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପାରାଦୀପ ପୋଲିସ ପହଞ୍ଚି ଶବକୁ ଅଠରବାଙ୍କୀ ମେଡ଼ିକାଲ ପଠାଇ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7