ପାରାଦୀପ ୦୫।୦୮ : ପାରାଦୀପ ଅଠରବାଙ୍କୀ ଟର୍ମିନାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୄତକ ପରିଚୟ ମିଳି ପାରିନଥିବା ବେଳେ ସେ ଜଣେ ମାଛ ବ୍ୟବସାୟୀ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ମାଛ ବ୍ୟବସାୟ କରିବା ପାଇଁ ମାଛବ୍ୟାଗ ନେଇ ପାରାଦୀପ ରୁ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।