Saturday, 06 Mar, 9.42 am NEWS7

ହୋମ
ଭଡାରେ ମିଳୁଛି ଲେଡି ଗାଗାଙ୍କ ଘର, ଗୋଟିଏ ବେଡ୍ ରୁମ୍ ପାଇଁ ଦେବାକୁ ପଡିବ ଏତେ ଲକ୍ଷ ଟଙ୍କା.

ନୂଆଦିଲ୍ଲୀ ୦୬/୦୩: ଫେମସ୍ ପପ୍ ଗାୟିକା ଲେଡି ଗାଗାଙ୍କ ନ୍ୟୁୟର୍କ ଘରକୁ ଭଡା ଦିଆଯାଉଛି । ଲେଡି ଗାଗା ନ୍ୟୁୟର୍କ ସହରର ଲୋୟର ଇଷ୍ଟ ସାଇଡ୍ ରେ ଥିବା ଫ୍ଲାଟରେ ରହୁଥିଲେ । ବର୍ତ୍ତମାନ ସେ ଏହି ଫ୍ଲାଟ ପାଇଁ ଭଡାଟିଆ ଖୋଜୁଛନ୍ତି । ସୂଚନା ଅନୁଯାୟୀ, ଏହି ଘରେ ରହିବାକୁ ହେଲେ ପ୍ରତି ମାସରେ ୧,୪୫,୫୧୩ ଟଙ୍କା ଦେବାକୁ ପଡିବ । ଏଥି ସହିତ, ଯଦି ଆପଣ ଏହି ଘରକୁ ୧୩ ମାସ ପାଇଁ ଲିଜରେ ନେବେ, ତେବେ ଦୁଇମାସ ପାଇଁ ଭଡ଼ା ଦେବାରୁ ରିହାତି ମିଳିବ ।

ଲେଡି ଗାଗା ଏହି ଘରେ ତିନି ବର୍ଷ ଧରି ରହିଆସୁଛନ୍ତି । ଏହା ନ୍ୟୁୟର୍କ ସହରର୧୭୬ ଷ୍ଟାଣ୍ଟନ୍ ଷ୍ଟ୍ରିଟ୍ ରେ । ଲେଡି ଗାଗାଙ୍କ ସୁପର ହିଟ୍ ଆଲବମ୍ 'ଦି ଫେମ୍'ର ସୁଟିଂ ଏହିଠାରେ କରାଯାଇଥିଲା । ଏହି ଆପାର୍ଟମେଣ୍ଟ ଯୁଦ୍ଧ ପୂର୍ବରୁ ତିଆରି ହୋଇଥିଲା । ଏହାର ଛାତର ଉଚ୍ଚତା ୧୦ ଫୁଟ୍ । ଏହି ଆପାର୍ଟମେଣ୍ଟରେ ଅନେକ ୱିଣ୍ଡୋ ରହିଛି ।

କାଲିଫର୍ନିଆର ହଲିଉଡ ହିଲ୍ସରେ ଲେଡି ଗାଗାଙ୍କର ଆଉ ଏକ ଘର ମଧ୍ୟ ଅଛି । ଓସ୍କାର ପୁରସ୍କାର ଜିତିଥିବା ଗାଗାଙ୍କ ହଲିଉଡ ହିଲ୍ସ ଘରର ମୂଲ୍ୟ ୩୮ କୋଟି ୨୧ ଲକ୍ଷ ୮ ହଜାର ୩୮୭ ଟଙ୍କା । ଏହା ବ୍ୟତୀତ ତାଙ୍କର ମାଲିବୁ ବିଚ୍ ନିକଟରେ ମଧ୍ୟ ଆଉ ଏକ ଘର ରହିଛି । ବର୍ତ୍ତମାନ ଲେଡି ଗାଗା ଇଟାଲୀରେ ରହି ତାଙ୍କର ନୂଆ ଫିଲ୍ମର ପ୍ରସ୍ତୁତି କରୁଛନ୍ତି । ଗତ କିଛି ଦିନ ହେବ ଦୁଇଟି କୁକୁର ଚୋରି ହେତୁ ଲେଡି ଗାଗା ଚର୍ଚ୍ଚାରେ ରହିଥିଲେ । ପରେ ତାଙ୍କର କୁକୁର ଦୁଇଟି ମିଳିଯାଇଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top