Sunday, 24 Jan, 9.10 am NEWS7

ହୋମ
ଭଙ୍ଗା ଆଙ୍ଗୁଠିରେ ବି ଖେଳିବାରୁ ରାଜି ଥିଲେ ଜାଡେଜା, କହିଲେ- 'ଦଳର ଆବଶ୍ୟକତା ସମୟରେ ବାହାନା ଚଳିବ ନାହିଁ'

ନୂଆଦିଲ୍ଲୀ,୨୪/୦୧: ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ । ସେ ଉଭୟ ବ୍ୟାଟ୍ ଓ ବଲରେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ । ତେବେ ସେ ଆହତ ଜନିତ କାରଣରୁ ବ୍ରିସବେନ୍ ଟେଷ୍ଟରୁ ବାଦ୍ ପଡିଥିଲେ । ଜାଡେଜାଙ୍କ ମତ କିନ୍ତୁ ଅଲଗା । ଦଳର ଆବଶ୍ୟକତାକୁ ପୂରଣ କରିବା ପାଇଁ କୌଣସି ବାହାନା ଚଳିବ ନାହିଁ ବୋଲି ସେ କୁହନ୍ତି । ସିଡନୀ ଟେଷ୍ଟରେ ସେ ଭଙ୍ଗା ଆଙ୍ଗୁଠିରେ ମଧ୍ୟ ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆହତ ହେବା ପରେ ବି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର ଗାଭାସ୍କର ଟ୍ରଫି ଉପରେ କବଜା କରିଥିଲା । ୪ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜରେ ଦଳ ୨-୧ରେ ବିଜୟୀ ହୋଇଥିଲା । ଆଡିଲେଡରେ ୩୬ ରନରେ ପରାସ୍ତ ହୋଇଥିଲେ ବି ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଭଲ ପ୍ରଦର୍ଶନ କରିବା ସହ ବ୍ରିସବେନ୍ ବିଜୟ ସହ ସିରିଜ ହାତେଇଥିଲା ।

ମେଲବର୍ଣ୍ଣ ଟେଷ୍ଟରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଜାଡେଜା ଉପଯୋଗୀ ପାର୍ଟନରସିପ୍ କରିଥିଲେ । ଜାଡେଜା ୫୭ ରନ୍ କରିଥିଲେ । ଏହାସହ ସିଡନୀ ଟେଷ୍ଟରେ ୪ଟି ଓ୍ୱିକେଟ୍ ମଧ୍ୟ ନେଇଥିଲେ ।ଏପରିକି ୨୮ ରନ୍ କରିଥିଲେ। ଏହି ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ଓ ସେ ଟେଷ୍ଟରୁ ବାଦ୍ ପଡିଥିଲେ ।

ଜାଡେଜା କହିଛନ୍ତି ଯେ, ଆଡିଲେଡରେ ପରାସ୍ତ ପରେ ଦଳ ସମସ୍ୟାରେ ଥିଲା । ଆମକୁ ପ୍ରତ୍ୟାବର୍ତ୍ତନ କରିବା ଦରକାର ଥିଲା । ଅଷ୍ଟ୍ରେଲିଆର ବୋଲିଂ ଶକ୍ତିଶାଳୀ ଥିଲା । ଦଳର ବୈଠକରେ ଏହା ଉପରେ ଚର୍ଚ୍ଚା ହୋଇଥିଲା । ସିରିଜକୁ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଭାବେ ଦେଖିବା ଆରମ୍ଭ କରିଥିଲା । ପଡିଆରେ ପରସ୍ପର ପ୍ରତି ବିଶ୍ୱାସ ବଢାଇବେ ବୋଲି ସେମାନେ ଭରସା ଦେଇଥିଲେ । ଯାହା ପରେ କାମ ଦେଇଥିଲା ବୋଲି ସେ କହିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top