Thursday, 16 Sep, 11.10 pm NEWS7

ହୋମ
ବିଛାଖଣ୍ଡି ପାହାଡ଼ରେ ଭିଜିଲାନ୍ସ ଟିମ୍‌, ବେଆଇନ୍‌ ଖଣି ଖନନ ନେଇ କଲେ ତଦନ୍ତ

ଚଣ୍ଡିଖୋଲ, ୧୬/୦୯: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଥିବା ବିଛାଖଣ୍ଡି ପାହାଡ଼ରେ ଭିଜିଲାନ୍ସ ଟିମ ପହଁଚି ତଦନ୍ତ କରି ଫେରିଛନ୍ତି । ଲଘୁଖଣିଜ ଭରା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି ପାହାଡ଼ ଅବସ୍ଥିତ । ଏହି ପାହାଡ଼ରୁ ଦୀର୍ଘ ଦିନ ବେଆଇନ ଭାବେ ବହୁ ପରିମାଣର କଳାପଥର ଚାଲାଣ ହେଉଥିଲା । କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିଲା । କିଛି ସୈରତକୁ ଲିଜ ଦିଆଯାଇ ଥିଲେ ସୁଦ୍ଧା ଲିଜ ଠାରୁ ଅଧିକ ପରିମାଣର ଖନନ କରାଯାଇ ଥିବା ଅଭିଯୋଗ ହୋଇଛି।

ବେଆଇନ କାରବାରକୁ ରୋକିବା ପାଇଁ ଲୋକାୟୁକ୍ତ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ଏନେଇ ଆଜି କଟକ ଭିଜିଲାନ୍ସର ଏକ ଟିମ ବିଛାଖଣ୍ଡି ପାହାଡ଼କୁ ଯାଇ ତଦନ୍ତ କରି ଫେରିଛନ୍ତି । ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସୈରାତକୁ ଯାଇ ମାପଚୁପ କରି ତଦନ୍ତ କରିଛନ୍ତି । ଭିଜିଲାନ୍ସ ଟିମଙ୍କ ସହ ବନ ବିଭାଗ ଅଧିକାରୀ, ମାଇନିଂ ଅଧିକାରୀ, ରାଜସ୍ବ ଅଧିକାରୀ ଉପସ୍ଥିତ ରହିଥିଲେ । ଭିଜିଲାନ୍ସ ଟିମ ଆଜି ପ୍ରାଥମିକ ତଦନ୍ତ କରି ଫେରିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top