ହୋମ
ଚକଲେଟ୍ ବଏରୁ ମାଚୋ ମ୍ୟାନ୍: ଏମିତି ନିଜକୁ ଫିଟ୍ ରଖନ୍ତି ଶାହିଦ କପୁର, ଖାଆନ୍ତିନି ଆମିଷ

ମୁମ୍ବାଇ ୨୫/୦୨ : ଆଜି ବଲିଉଡର କ୍ୟୁଟ୍ ଓ ଚାଁର୍ମିଙ୍ଗ୍ ଅଭିନେତା ଶାହିଦ କପୁରଙ୍କ ଜନ୍ମଦିନ। ଶାହିଦ କପୁର ଜଣେ ବହୁତ ଭଲ ଅଭିନେତା ସହ ଦମଦାର ଡ୍ୟାନ୍ସର ମଧ୍ୟ। ପ୍ରଥମେ ଇଣ୍ଡଷ୍ଟ୍ରିରେ ସେ ଚକଲେଟ୍ ବଏ ଭାବେ ନିଜର ଇମେଜ କ୍ରିଏଟ କରିଥିଲେ। କିନ୍ତୁ ଏବେ ସେ ବଡି ଫିଟନେସ୍ ପାଇଁ ବହୁତ ଚର୍ଚ୍ଚିତ। ଫିଲ୍ମ କବିର ସିଂହରେ ଶାହିଦ କପୁରଙ୍କ ମାଚୋ ଲୁକ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।

ଆଜି ଶାହିଦ କପୁରଙ୍କ ୪୦ତମ ଜନ୍ମଦିନ। ଏବେ ସେ ବହୁତ ୟଙ୍ଗ ଓ ଫିଟ ଅଛନ୍ତି। ତାଙ୍କ ଫିଟନେସର ରହସ୍ୟ କଣ ଆସନ୍ତୁ ଜାଣିବା…

ଶାହିଦ କପୁର ଶାକାହାରୀ। ସେ ପ୍ଲାଣ୍ଟ ବେସ୍ଡ ଡାଏଟ୍ ସାହାଯ୍ୟରେ ମସଲ୍ସ କରିଛନ୍ତି ଓ ନିଜକୁ ଫିଟ୍ ରଖିଛନ୍ତି। ପ୍ରୋଟିନ୍ ପାଇଁ ସେ ବାଦାମ, ପେସ୍ତା, ଅଖରୋଟ୍, ସବୁଜ ପନିପରିବା, ଶାଗ ଆଦି ସେବନ କରନ୍ତି।

ସେ ସବୁବେଳେ ଗୋଟିଏ ହିଁ ୱାର୍କଆଉଟ୍ ଫଲୋ କରନ୍ତି। ସେ ସପ୍ତାହକୁ ୬ ଦିନ ବ୍ୟାୟାମ କରନ୍ତି। ସେ ପ୍ରତିଦିନ ୨ ଘଣ୍ଟା ବ୍ୟାୟାମ କରନ୍ତି। ସେ ପ୍ଲେଙ୍କ, ପୁସ୍-ଅପ୍, ଡେଡ୍-ଲିଫ୍ଟ, କାର୍ଡିଓ ଏବଂ ୱେଟ ଲିଫ୍ଟିଙ୍ଗ୍ ଆଦି କରନ୍ତି।

ଦମଦାର ଡ୍ୟାନ୍ସ କରୁଥିବା ଶାହିଦ କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସଂଘର୍ଷ କରିଛନ୍ତି। ତାଙ୍କ ସଂଘର୍ଷ କାହାଣୀ ଯେକୌଣସି ଯୁବ ପାଇଁ ପ୍ରେରଣାଦାୟୀ ହୋଇପାରେ।

ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପୂର୍ବରୁ ସେ ବିଜ୍ଞାପନ କରୁଥିଲେ ଓ ବ୍ୟାକ୍ ଡ୍ୟାନ୍ସର ଭାବେ କାମ କରୁଥିଲେ। ସେ ଡ୍ୟାନ୍ସ ପାଇଁ ଟ୍ରେନିଂ ମଧ୍ୟ ନେଇଛନ୍ତି। ବଡି ଫିଟନେସ୍ ମେଣ୍ଟେନ କରିବାକୁ ଡ୍ୟାନ୍ସ ମଧ୍ୟ ସାହାଯ୍ୟ କରିଥାଏ।