Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

NEWS7 5 years ago

ନୀଳଗିରି,୨୩|୦୯ : ନୀଳଗିରି ଅଞ୍ଚଳରେ ପୁଣି ଲଜ୍ଜା। ଦିନକ ପୂର୍ବରୁ ଦୁଇଟି ପୃଥକ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ରାତି ନପାହୁଣୁ ପୁଣି ନରସିଂହପୁର ପଂଚାୟତ ଅମ୍ବିକାପୁର ଅଂଚଳରେ ସମାନ ଘଟଣାର ପୁନରାବୃତ୍ତି ହୋଇଥିବା ଜଣାଯାଇଛି।

ନୀଳଗିରି ଥାନା ଅଧିନ ଏହି ଅଞ୍ଚଳର ଉମାକାନ୍ତ ରାଉତ (୫୨)ନାମକ ଯୁବକ ଜଣେ ୧୨ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଜଣକ କଥା କହିନପାରିବାର ସୁଯୋଗରେ ଉମାକାନ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଜଣଙ୍କ କାନ୍ଦିକାନ୍ଦି ତାର ମାଆକୁ ଘଟଣା ବିଷୟରେ ଅବଗତ କରିଥିଲେ। ପରେ ପୀଡିତାଙ୍କ ମାଆ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ଆଇଆଇସି ମିନତୀ ବିଶ୍ୱାଳ ତଦନ୍ତଭାର ଏସଆଇ ଗଣେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଦେଇ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ।

ତଦନ୍ତକାରୀ ଅଧିକାରୀ ଏନେଇ ୩୩୦ ନମ୍ବର ମାମଲା ରୁଜୁକରି ପୋକ୍ସୋ ଧାରାରେ ଅଭିଯୁକ୍ତ ଉମାକାନ୍ତକୁ ଗିରଫ କରିଛନ୍ତି। ଗୁରୁବାର ପୀଡିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7