Sunday, 19 Jan, 9.34 pm NEWS7

ହୋମ
ଏହି ଅଭିନେତ୍ରୀ ପ୍ରଧାନମନ୍ତ୍ରୀଙ୍କ ଟ୍ବଟ୍‌କୁ କପି କରି ହେଲେ ଟ୍ରୋଲ୍

ମୁମ୍ବାଇ୧୯/୧: ଗତ ଶନିବାର ସକାଳେ ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିଲେ। ଗୁରୁତର ଭାବେ ଶବାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶବାନାଙ୍କ ଦୁର୍ଘଟଣାରେ ପୁରା ବଲିଉଡ୍‌ରେ ଦୁଃଖର ଛାୟା ଖେଳି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶବାନାଙ୍କ ଉଦେଶ୍ୟରେ ଟ୍ବିଟ୍‌ କରିଥିଲେ।

ଶବାନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ରେ ଲେଖିଥିଲେ। ଏହା ପରେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ଶବାନଙ୍କ ଆରୋଗ୍ୟ କାମନା କରି ଟ୍ବିଟ୍‌ କରିଥିଲେ। କିନ୍ତୁ ଉର୍ବଶୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ କପି କରି ଟ୍ବିଟ୍ କରିଥିଲେ। ସେହିଠୁ ବିବାଦ ଆରମ୍ଭ ହୋଇଥିଲା। ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌କୁ ଉର୍ବଶୀ ନେଇ ଟ୍ବିଟ୍ କରିଥିଲେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top