Saturday, 04 Jul, 10.58 pm NEWS7

ହୋମ
ଏହି IT କମ୍ପାନୀ ଭାରତରେ ଆରମ୍ଭ କଲା ଛଟେଇ, ବିପଦରେ ୧୮ ହଜାର କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ ୦୪।୦୭: କରୋନା ଭାଇରସ୍ ମହାମାରୀର ପ୍ରଭାବ ଏବେ ଆଇଟି କମ୍ପାନୀ ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି କାରଣରୁ କମ୍ପାନୀରୁ ଛଟେଇ ଆରମ୍ଭ ହୋଇ ଯାଇଛି। ଦେଶର ବଡ ଆଇଟି କମ୍ପାନୀ Cognizant ଦେଶର ଅଲଗା ଅଲଗା ସହରରେ ନିଜର ଅଫିସରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ କରି ଦେଇଛି। ଆଇଟି କର୍ମଚାରୀ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କମ୍ପାନୀ କେତେ ଜଣଙ୍କୁ ଛଟେଇ କରିଛି ଏହାର ବିଶେଷ ସୂଚନା ନାହିଁ, କିନ୍ତୁ କୁହାଯାଉଛି ଯେ, ଶତାଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଅଲଇଣ୍ଡିଆ ଫୋରମ ଫୋର ଏମ୍ପ୍ଲୋଇଜ୍‌(AIFITE)ର ଜେନେରାଲ ସେକ୍ରେଟାରୀ ଏଜେ ବିନୋଦ କହିଛନ୍ତି, କଙ୍ଗିଜାଣ୍ଟ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ, କୋଚି ଓ କୋଲକାତା ଅଫିସରୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିଛି।

ବେଞ୍ଚରେ ୧୮ ହଜାର କର୍ମଚାରୀ

AIFITEର ଲେବର ବିଭାଗ ସରକାରଙ୍କୁ କହିଛି ଯେ, ପ୍ରାୟ ୧୮ ହଜାର କର୍ମଚାରୀ ବେଞ୍ଚରେ ଅଛନ୍ତି। ବେଞ୍ଚର ଅର୍ଥ ସେମାନଙ୍କ ପାଖରେ କାମ କରିବାକୁ କୌଣସି ପ୍ରୋଜେକ୍ଟ ନାହିଁ। ଏମିତିରେ ୧୮ ହଜାର କର୍ମଚାରୀଙ୍କ ଚାକିରି ଯିବାର ବିପଦ ରହିଛି।

୨୦୧୯ ଅକ୍ଟୋବରରେ କମ୍ପାନୀର ସିଇଓ ବ୍ରାୟନ ହମଫାୟର ଘୋଷଣା କରିଥିଲେ ଯେ, ଆଗାମୀ ସମୟରେ କମ୍ପାନୀ ୧୩ ହଜାର କର୍ମଚାରୀଙ୍କୁ ଛଟେଇ କରିବ। କିନ୍ତୁ ସେହି ସମୟରେ କରୋନାର ନାମ ଦୁନିଆ ସାମ୍ନାକୁ ଆସିନଥିଲା। ସେହି ସମୟରେ କମ୍ପାନୀ କହିଥିଲା, ଏହି ୧୩ ହଜାରରୁ ୬୦୦୦ କର୍ମଚାରୀ କଣ୍ଟେଟ୍ ମୋଡରେସନ ବିଜେନେସରୁ ଅଛନ୍ତି।

୨ ଲକ୍ଷରୁ ଅଧିକ କର୍ମଚାରୀ ଭାରତରେ କାମ କରୁଛନ୍ତି

କଙ୍ଗିଜାଣ୍ଟରେ ଛଟେଇ ହେବା ଏଥିପାଇଁ ଏକ ଗୁରୁତର ବିଷୟ କାରଣ ଏହି ଆଇଟି ବହୁତ ବଡ କମ୍ପାନୀ। ପୂରା ଦୁନିଆରେ ଏହାର ୨.୯ ଲକ୍ଷ କର୍ମଚାରୀ ଅଛନ୍ତି। ଏଥିରୁ ୭୦ ପ୍ରତିଶତ ଅର୍ଥାତ ୨ ଲକ୍ଷ କର୍ମଚାରୀ ଭାରତରେ କାମ କରୁଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ଯେବେ ଏହାର ମୁଖପାତ୍ରଙ୍କ ସହ କଥା ହେବାକୁ ଚେଷ୍ଟା କଲେ ତେବେ କମ୍ପାନୀ କହିଛି ଯେ, ଥାର୍ଡ ପାର୍ଟି ଦ୍ଵାରା ଛଟେଇ ସଂଖ୍ୟାକୁ ନେଇ ସେମାନଙ୍କ ପାଖରେ ଖବର ନାହିଁ। ସଂପ୍ରତି କମ୍ପାନୀ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top