Tuesday, 14 Jul, 3.18 pm NEWS7

ହୋମ
ଗଞ୍ଜାମରେ ଆଜି ୧୮୮ କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ, ୧୨ କରୋନା ଯୋଦ୍ଧା ସଂକ୍ରମିତ

ବ୍ରହ୍ମପୁର ୧୪।୦୭: ଆଜି ରାଜ୍ୟରେ ୫୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ମୋଟ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦ ରେ ପହଞ୍ଚିଛି । ଏହିପରି ଭାବରେ ଆଜି ଗଞାମ ଜିଲ୍ଲାରେ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୫ରେ ପହଞ୍ଚିଛି । ସେହିପରି ଆଜି ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୪କୁ ପାଇଛି । ସେହିପରି ଜିଲ୍ଲାରୁ ୨୪୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮୫୮ ଜଣ ଏବେ ଆକ୍ଟିଭ୍ ଥିବା ସୂଚନା ଜଣାପଡିଛି।

ତେବେ ଆଜି ଚିହ୍ନଟ ହୋଇଥିବା ୧୮୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ କୋଭିଡ଼ ଯୋଦ୍ଧା ରହିଛନ୍ତି । ବ୍ରହ୍ମପୁରରୁ ୩ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୧ ଜଣ ମୋଟ ୮୪ ଜଣ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ ମାଧ୍ୟରେ ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାରେ ବଢିଚାଲିଛି କରୋନା ଗ୍ରାଫ । ଯେଉଁଥିପାଇଁ ଜିଲ୍ଲାପାଳ ପ୍ରତିଦିନ ସଚେତନତା ରହିବା ପାଇଁ ସାଧାରଣଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ଅପିଲ କରୁଛନ୍ତି ।

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪୩ କରୋନା ପଜିଟିଭ୍, ୧୪ ହଜାର ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top