Dailyhunt
ଗିରଫ ଭୟରେ ଗାତରେ ପଡି ମରିଗଲେ ଅଭିଯୁକ୍ତ

ଗିରଫ ଭୟରେ ଗାତରେ ପଡି ମରିଗଲେ ଅଭିଯୁକ୍ତ

NEWS7 5 years ago

ଟାଙ୍ଗୀ୨୬/୫: ଗାତରେ ପଡି ଯୁବକଙ୍କ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ଗିରଫ ଭୟରେ ପୁଲିସଠାରୁ ଲୁଚି ରହୁଥିବା ଏହି ଅଭିଯୁକ୍ତର ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ବିରୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମର ଆଦିତ୍ୟ ମହାପାତ୍ର। ରାଇପଡା ଗାଁରେ କାଜୁ ଜଙ୍ଗଲ ବିବାଦ ଏବଂ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ମୃତ ଆଦିତ୍ୟ କିଛି ଦିନ ଧରି ଗାଁ ଛାଡି ଅନ୍ୟ ଗାଁରେ ଆତ୍ମଗୋପନ କରିଥିଲା । ଗତକାଲି ବିଳମ୍ବିତ ରାତ୍ରରେ ଏକ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରିଥିଲା । ମଙ୍ଗଳବାର ଏକ ପରିତ୍ୟକ୍ତ ଗର୍ତ୍ତରୁ ଆଦିତ୍ୟର ମୃତ ଦେହ ମିଳିଛି। ଅନ୍ୟପଟେ ଅଭିଯୁକ୍ତର ଆଦିତ୍ୟର ମୃତ୍ୟୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

କେଉଁ ପରିସ୍ଥିତି ଏବଂ କେମିତି ତାର ମୃତ୍ୟୁ ହେଲା ଏ ନେଇ ପୁଲିସ୍ ଛାନ୍‌ଭିନ୍ ଆରମ୍ଭ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7