Sunday, 19 Jan, 9.42 pm NEWS7

ହୋମ
K-4 ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ, ୩୫୦୦ କିଲୋମିଟର ଦୂରରେ ଶତ୍ରୁକୁ ଦେଇପାରିବ ଜବାବ

ନୂଆଦିଲ୍ଲୀ ୧୯।୧: ଆଣବିକ ଆକ୍ରମଣ ସକ୍ଷମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଭାରତ ରବିବାର ସଫଳ ପରୀକ୍ଷଣ କରିଛି। ଆନ୍ଧ୍ର ଉପକୂଳରେ କରାଯାଇଥିବା ଏହି ପ୍ରୟୋଗରେ ୩ ହଜାର ୫ଶହ କିଲୋମିଟର ଦୂରରେ ଲକ୍ଷଭେଦ କରିପାରୁଥିବା କେ-୪ବାଲିଷ୍ଟିକ କ୍ଷେପଣାସ୍ତ୍ର ସଫଳ ହୋଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ଗବେଷଣା ସଙ୍ଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ନୌସେନାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅରିହନ୍ତ ଶ୍ରେଣୀର ବୁଡା ଜାହାଜରେ ମୁତୟନ କରାଯିବ।

ଚାନ୍ଦିପୁର ରେଞ୍ଜରେ କରାଯାଇଥିବା ଏହି ପରୀକ୍ଷଣରେ ସ୍ଥଳରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ସଠିକ ଲକ୍ଷଭେଦ କରିବାରେ ସଫଳ ହୋଇଛି। କ୍ଷେପଣାସ୍ତ୍ରରେ କାର୍ଯ୍ୟକ୍ଷମ କରାଯାଇଥିବା କ୍ୟୁଆରଏସଏଏମ ପ୍ରଣାଳୀ ଯୋଗୁ ଏହାକୁ ଯେ କୌଣସି ସୈନ୍ୟ ଅଭିଯାନରେ ବି ସାମିଲ ରହି କ୍ଷପଣାସ୍ତ୍ର ଶତ୍ରୁ ପକ୍ଷର ବିମାନ ଅଥବା ଡ୍ରୋନ ଉପରେ ନଜର ରଖି ଏହାକୁ ତତ୍କାଳ ଖସାଇପାରେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top