Saturday, 06 Mar, 9.02 pm NEWS7

ହୋମ
କବାଡ଼ିଆ ଦୋକାନରେ ଲାଗିଲା ନିଆଁ, ସହରରେ ବିଜୁଳି ସହ ପେଟ୍ରୋଲ୍‌ ପମ୍ପ୍‌ ବନ୍ଦ

ଭଦ୍ରକ, ୦୬/୦୩ : ଭଦ୍ରକ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଥିବା କବାଡ଼ିଆ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପେଟ୍ରୋଲ ଟାଙ୍କିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ସହର ବନ୍ତ ଛକ ନିକଟରେ ଥିବା ତେଜା ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଦୋକାନଗୁଡ଼ିକରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦୋକାନ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ପ୍ରଖରତା ଏପରି ଥିଲା ଯେ ଦୋକାନରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇନଥିଲା।

ତେବେ ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ଭଦ୍ରକ ସହରର ବିଜୁଳି ଵନ୍ଦ ସହ ପେଟ୍ରୋଲ ପମ୍ପକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଏହି ଦୋକାନ ଗୁଡିକ କବାଡିଆ ଦୋକାନ ଥିବା ସୂଚନା ମିଳିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top