Sunday, 05 Jul, 4.26 pm NEWS7

ହୋମ
କୋହଲି ଛାଡିବେ କି କ୍ୟାପଟେନସିପ୍ ? ଝୁଲୁଛି ଲୋଧା କମିଟିର ଖଣ୍ଡା

ମୁମ୍ବାଇ, ୦୫|୦୭: କରୋନା ଭାଇରସ ପାଇଁ ଭାରତୀୟ ଦଳର ଖେଳାଳି ପ୍ରାକ୍ଟିସ୍ କରିପାରୁ ନାହାଁନ୍ତି । ଏପରିକି କୌଣସି ଟୁର୍ଣ୍ଣାମେଣ୍ଟ ଖେଳାଯାଉ ନାହିଁ । ଖେଳାଳିମାନେ ପଡିଆକୁ ଫେରିବା ନେଇ ଅପେକ୍ଷା କରିଛନ୍ତି । ତେବେ ଘରେ ରହୁଥିବା ବେଳେ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଅଡୁଆ ସୃଷ୍ଟି ହୋଇଛି । ଏନେଇ ସଞ୍ଜୀବ ଗୁପ୍ତାନାମକ ଜଣେ ବ୍ୟକ୍ତି ଲୋକପାଳକୁ ଏକ ମେଲ୍ କରିଛନ୍ତି ।

ଟାଇମସ୍ ଅଫ୍ ଇଣ୍ଡିଆ ଅନୁସାରେ, ବିସିସିଆଇକୁ ବିରାଟ କୋହଲିଙ୍କ ବିରୋଧରେ ମେଲ୍ କରିଥିବା ସଞ୍ଜୀବ ଗୁପ୍ତା ଭାରତୀୟ ଅଧିନାୟକଙ୍କ ବାଣିଜ୍ୟ କାରବାର ବାବଦରେ ଉଲ୍ଲେଖ କରିଛନ୍ତି ।ଏହା ଲୋଧା ସମିତି ସୁପାରିଶର ଉଲଙ୍ଘନ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, କୋହଲି ଗୋଟିଏ ସମୟରେ ଦୁିଟି ପଦରେ ରହିଛନ୍ତି । ଯାହା ସୁପ୍ରିମକୋର୍ଟ ଦ୍ୱାରା ଅନୁମୋଦିତ ବିସିସିଆଇ ନିୟମ ୩୮(୪)ର ଉଲଙ୍ଘନ । କୋହଲିଙ୍କୁ ଗୋଟିଏ ପଦ ଛାଡିବାକୁ ହେବ ।

କୋହଲି ଯେଉଁ ଦୁଇଟି ପଦରେ ଅଛନ୍ତି ତାହା ହେଉଛି ସେ ଦଳର ଖେଳାଳି ଓ ଏକ ବାଣିଜ୍ୟିକ କାରବାରରେ ମଧ୍ୟ ପଦବୀରେ ରହିଛନ୍ତି । କୋହଲି ଗୋଟିଏ ପଦ ଛାଡନ୍ତୁ ବୋଲି ସଞ୍ଜୀବ କହିଛନ୍ତି ।

ଗାଙ୍ଗୁଲି ମଧ୍ୟ ବିବାଦରେ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଏକ ଅଭିଯୋଗ ହୋଇଛି । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ନିଜେ ଜେଏସଡବ୍ଲ୍ୟୁର ବ୍ରାଣ୍ଡ୍ ଆମ୍ବାସାଡର ବୋଲି କହିଥିଲେ । ଜେଏସଡବ୍ଲ୍ୟୁ ସ୍ପୋର୍ଟସ୍ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ୍ ମାଲିକାନା ରଖିଛି । ତେବେ ଗାଙ୍ଗୁଲି କିନ୍ତୁ କିଛି ଭୁଲ କରିନଥିବା ସଫେଇ ଦେଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top