ହୋମ
କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍: ଦିଲ୍ଲୀ ହିଂସା ପାଇଁ ଅମିତ୍ ଶାହା ହିଁ ଦାୟୀ, ତାଙ୍କୁ ବରଖାସ୍ତ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ ୨୭।୦୧: କଂଗ୍ରେସ କୃଷକଙ୍କ ଟ୍ରାକ୍ଟର ପରେଡ୍ ସମୟରେ ହୋଇଥିବା ହିଂସାକୁ ନେଇ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛି। କୃଷକ ଅଭିଯୋଗ କରିଛି ଯେ, ଏହା ଏକ ସୁନିୟୋଜିତ ଷଡଯନ୍ତ୍ର ଥିଲା। ଏହି ଲଜ୍ଜାକର ଘଟଣା ପାଇଁ ଗୃହ ମନ୍ତ୍ରୀ ଅମିତ୍ ଶାହା ଦାୟୀ। ପାର୍ଟିର ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ବରଖାସ୍ତ କରି ଦେବା ଉଚିତ୍। କଂଗ୍ରେସର ଏହି ଆରୋପ ଉପରେ ବିଜେପି କି ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ସୁରଜେଓ୍ଵାଲା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶର ରାଜଧାନୀରେ କୃଷକଙ୍କ ଅଢୁଆଳରେ ସାଧାରଣତନ୍ତ୍ର ଦିବସରେ ରାଜଧାନୀରେ ଘଟିଥିବା ହିଂସା ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଦାୟୀ। ଏହିସମ୍ବନ୍ଧରେ ସମସ୍ତ ପ୍ରକାରର ଗୁଇନ୍ଦା ଇନପୁଟ୍ ପରେ ମଧ୍ୟ ହିଂସାର ତାଣ୍ଡବ ରୋକିବାରେ ବିଫଳ ଅମିତ୍ ଶାହା ଗୋଟିଏ ମୁହୂର୍ତ୍ତ ପାଇଁ ଏହି ପଦରେ ବସିବାର କୌଣସି ଅଧିକାର ନାହିଁ।
ସେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଶାହାଙ୍କୁ ବରଖାସ୍ତ ନକରନ୍ତି ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ଶାହା ଏହି ଘଟଣାରେ ତାଙ୍କର ଏବଂ ଶାହାଙ୍କ ପ୍ରତ୍ୟେକ୍ଷ ହାତ ରହିଛି। ସ୍ଵାଧୀନତାର ୭୩ ବର୍ଷରେ ପ୍ରଥମ ଥର ଏହି ଘଟଣା ଦେଖିବାକୁ ମିଳିଛି ଯେ କୌଣସି ସରକାର ଲାଲକିଲ୍ଲା ପରି ରାଷ୍ଟ୍ରୀୟ ସ୍ମାରକୀର ସୁରକ୍ଷାରେ ସଂପୂର୍ଣ୍ଣ ବିଫଳ ହୋଇଛି। କୃଷକଙ୍କ ନାମରେ ଷଡଯନ୍ତ୍ର ଆଧାରରେ କିଛି ଉପଦ୍ରବୀଙ୍କୁ ଲାଲକିଲ୍ଲାରେ ପଶିବାକୁ ଦିଆଗଲା। ସେପଟେ ଦିଲ୍ଲୀ ପୋଲିସ ଆରାମରେ ନିଜ ଚେୟାରରେ ବସି ରହିଥିଲା।
ସେ ଅଭିଯୋଗ କରିଛନ୍ତି, ବିଜେପିର ନିକଟତର ଦୀପ ସିଦ୍ଧୁ ପୂରା ସମୟ ଲାଲକିଲ୍ଲାରେ ଉପସ୍ଥିତ ରହିବା କୃଷକ ଆନ୍ଦୋଳନକୁ ବଦନାମ କରିବାର ଏକ ସୁନିୟୋଜିତ ଷଡଯନ୍ତ୍ର। କୃଷକ ୬୩ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ। ଅଚାନକ ଏମିତି କଣ ହେଲା ଯେ ସବୁ କିଛି ଭାଙ୍ଗିଗଲା ? କେବଳ ୩୦-୪୦ ଟ୍ରାକ୍ଟର ଧରି ଉପଦ୍ରବୀ ଲାଲକିଲ୍ଲାକୁ ପଶିଗଲେ। ଏହା କାହାର ବିଫଳତା ? ଏଥିପାଇଁ ଦାୟୀ କିଏ ? କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି ଯେ, ୫୦୦-୭୦୦ ଉଗ୍ରବାଦୀ ଜବରଦସ୍ତି ଲାଲକିଲ୍ଲାରେ କେମିତି ପଶିଲେ। ଯେଉଁ ଦୀପ ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସହିତ ଫଟୋ ଉଠାଇଥିଲେ, ତାକୁ ଏବଂ ତାରି ସମର୍ଥକଙ୍କୁ ଲାଲକିଲ୍ଲା ପର୍ଯ୍ୟନ୍ତ ଯିବାକୁ କିଏ ଅନୁମତି ଦେଇଥିଲା।