Friday, 03 Jul, 3.20 pm NEWS7

ହୋମ
ଲେହରୁ ଚୀନ୍‌କୁ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସନ୍ଦେଶ , ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ସମୟ

ନୂଆଦିଲ୍ଲୀ ୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅଚାନକ ଲଦ୍ଦାଖ ଗସ୍ତ କରିଥିବା ବେଳେ ଆଗୁଆ ସାମରିକ ଘାଟି ନିମୁରେ ମିଳିତ ସେନା ଜବାନଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସେନା ଜବାନମାନଙ୍କୁ ଏହା ବିକାଶ ବାଦର ସମୟ ବିସ୍ତାର ବାଦର ନୁହେଁ ବୋଲି କହିଥିଲେ। ବିକାଶ ଲାଗି ସମସ୍ତଙ୍କ ଆଗରେ ବିସ୍ତିର୍ଣ୍ଣ ସୁଯୋଗ ରହିଛି। ହେଲେ ବିସ୍ତାରବାଦକୁ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

ଗତ ଶତାବ୍ଦୀରେ ବିସ୍ତାରବାଦ ନୀତି ମାନବତାକୁ ଗୁରୁତର ପ୍ରଭାବିତ କରିଥିଲା। ବିସ୍ତାରବାଦୀ ହିଁ ଆଜି ବିଶ୍ୱ ଶାନ୍ତି ଲାଗି ଆହ୍ୱାନ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏପରି ଶକ୍ତି ଏବେ ଝୁକିବାକୁ ବାଧ୍ୟ ହେଉଛନ୍ତି ଓ ଝୁକୁଛନ୍ତି ମଧ୍ୟ। ଏଣୁ ସାରା ବିଶ୍ୱରେ ଏବେ ବିସ୍ତାରବାଦ ବିରୋଧରେ ଶ୍ୱର ଉତ୍ତୋଳନ ହେଉଥିବା ବେଳେ ବିକାଶବାଦରେ ବିଶ୍ୱାସ ରଖୁଥିବା ରାଷ୍ଟ୍ର ଗଣତନ୍ତ୍ରର ସ୍ୱାଦ ଉପଭୋଗ କରୁଥିବା କହିଛନ୍ତି।

ଦ୍ରୁତ ବଦଳୁଥିବା ସମୟରେ ବିକାଶବାଦ ହିଁ ପ୍ରାସଙ୍ଗିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିଲାଗି ଖୋଲା ପ୍ରତିଦ୍ୱନ୍ଦ୍ୱୀତାର ମାର୍ଗ ପ୍ରଶସ୍ତ ମଧ୍ୟ ରହିଛି। ହେଲେ ଜୋର ଜବରଦସ୍ତ ନିଜକୁ ବଜାରରେ ଚଳାଇବାର ଏବେ ସମୟ ନାହିଁ । ଆତଙ୍କବାଦ ଜରିଆରେ ଯେଉଁମାନେ ନିଜର ଏକଛତ୍ର ସ୍ଥାପନା ଚାହୁଁଛନ୍ତି ତାହାବି ଏବେ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ସଫାସଫା ପଡୋଶୀକୁ ସୁଣାଇ ଦେଇଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top