Wednesday, 20 Jan, 6.10 pm NEWS7

ହୋମ
ମହଙ୍ଗା ପଡିଲା ସୋସିଆଲ ମିଡ଼ିଆ ପ୍ରେମ: ବିବାହ ପରେ ମଦ ନିଶାରେ ସ୍ୱାମୀକୁ ଜାଳିଦେଲା ସ୍ତ୍ରୀ

ମୋହାଲି ୨୦/୦୧ : ଘରୋଇ ହିଂସାର ଶିକାର କେବଳ ମହିଳାମାନେ ହିଁ ହୋଇନଥାନ୍ତି ବରଂ ପୁରୁଷମାନେ ମଧ୍ୟ ହୋଇଥାନ୍ତି। ପଞ୍ଜାବ ଜଳନ୍ଧରରୁ ଏହିଭଳି ଏକା ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ସରକାରୀ ଚାକିରୀ କରୁଥିବା ଜଣେ ଯୁବକଙ୍କ ବନ୍ଧୁତା ଜଣେ ଯୁବତୀଙ୍କ ସହ ହୋଇଥିଲା। ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଉଭୟ ପରିବାରର ସହମତିରେ ଯୁବକ ଯୁବତୀଙ୍କ ପ୍ରେମ ବିବାହ ହୋଇଥିଲା। ବାହାଘର ପରେ ଯୁବକ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ମଦ ପିଅନ୍ତି ଓ ନିଶା ପାଇଁ କିଛି ବି କରିପାରନ୍ତି। ଏହାପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିବାଦ ଏତେ ଭୟଙ୍କର ରୂପ ନେଲା ଯେ ଦିନେ ସ୍ୱାମୀ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ତାଙ୍କ ଉପରେ ସ୍ପିରିଟ ପକାଇ ନିଆଁ ଲଗାଇ ଦେଇଥିଲେ। ସ୍ୱାମୀଙ୍କ ଶରୀର ୪୦ ପ୍ରତିଶତ ଜଳିଗଲା। ଏହାପରେ ପୀଡିତ ସ୍ୱାମୀ ନ୍ୟାୟ ପାଇବା ପାଇଁ ୮ ମାସ ହେଲା ଧକ୍କା ଖାଉଛନ୍ତି। କିନ୍ତୁ ଏବେ ଜଣେ ତାଙ୍କୁ ନ୍ୟାୟ ମିଳିନି।

ପଞ୍ଜାବ ଦୁର୍ନୀତି ନିବାରଣ ପ୍ରଧାନ ସତନାମ ସିଂହଙ୍କ ନେତୃତ୍ତ୍ୱରେ ମୋହାଲି ରୋଜ ଗାର୍ଡେନରେ ଏକା ସାମ୍ବାଦିକ ସମ୍ମିଳନୀ କରି ପୀଡିତ ଯୁବକ ଗୁରପ୍ରୀତ ସିଂହ କହିଛନ୍ତି ଯେ ସେ ମଙ୍ଗଳବାର ଦିନ ପଞ୍ଜାବ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରି ନ୍ୟାୟ ପାଇଁ ଗୁହାରି କରିଛନ୍ତି। ସେ କହିଛନ୍ତି ଯେ ସେ ରେଲୱେରେ ଚାକିରୀ କରନ୍ତି। ସୋସିଆଲ ମିଡ଼ିଆ ମାଧ୍ୟମରେ ପତ୍ନୀଙ୍କ ସମ୍ପର୍କରେ ଆସିଥିଲେ। ଏହାପରେ ଉଭୟ ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା। ବାହାଘର ପାର୍ଟି ପରେ ପତ୍ନୀ ପେଟି ଖୋଲି ମଦ ବୋତଲ ନିଜ କୋଠରୀରେ ଆଣି ରଖିଥିଲେ।

ଏହାପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ମଦ ପିଅନ୍ତି। ତଥାପି ସେ ପତ୍ନୀର ଅଭ୍ୟାସ ସହ ସାଲିସ କରିଥିଲେ। କିନ୍ତୁ ପତ୍ନୀ ଧୀରେ ଧୀରେ ସବୁ ସୀମା ପାର କରିଦେଲେ। ନିଶା ପାଇଁ ଗହଣା ବିକିବାକୁ ବି ପଛେଇଲେନି। ଏହାପରେ ଗୁରପ୍ରୀତ ନିଜ ଶାଶୁ-ଶ୍ୱଶୁରଙ୍କୁ ଏ ସମ୍ବନ୍ଧରେ ଜଣାଇଥିଲେ। କିନ୍ତୁ କେହି ତାଙ୍କ କଥାକୁ ବିଶ୍ୱାସ କରିନଥିଲେ। ଫଳରେ ପତିପତ୍ନୀ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଲା। ସବୁବେଳେ ତାଙ୍କ ଭିତରେ ଝଗଡା ହେଉଥିଲା।

୨୦୨୦ ମେ' ୧୧୩ ତାରିଖ ରାତିରେ ଗୁରପ୍ରୀତ ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ତାଙ୍କ ପତ୍ନୀ ତାଙ୍କ ଉପରେ ସ୍ପିରିଟ ପକାଇ ନିଆଁ ଲଗାଇ ଦେଇଥିଲେ। ଘଟଣାରେ ସେ ୪୦ ପ୍ରତିଶତ ଜାଳି ଯାଇଥିଲେ। ଚିକିତ୍ସା ପାଇଁ ସେ ଅନେକ ମାସ ଯାଏଁ ହସ୍ପିଟାଲରେ ରହିଲେ। ଗୁରପ୍ରୀତ ଥାନାରେ ସ୍ତ୍ରୀ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରାଇଥିଲେ। କିନ୍ତୁ ପୋଲିସ ଏବେ ଯାଏଁ ତାଙ୍କୁ ଗିରଫ କରିନି। ନ୍ୟାୟ ପାଇଁ ସେ ଅଦାଲତଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କର ସବୁ ଆବେଦନ ଖାରଜ ହୋଇଯାଇଛି ବୋଲି ସେ କହିଛନ୍ତି। ଗୁରପ୍ରୀତ କହିଛନ୍ତି ଯେ ତାଙ୍କର ଶୁଣାଣି ହେଉନି। ପତ୍ନୀ ଦୋଷୀ ହୋଇ ମଧ୍ୟ ଆରମ୍ଭ ବୁଲୁଛି। ପୋଲିସ ମଧ୍ୟ ପତ୍ନୀ ସହ ମିଶି ତା ଅନୁସାରେ କାମ କରୁଛି। ପତ୍ନୀ ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛି ଓ ନିଜ ଫଟୋ ଓ ପୋଷ୍ଟ ଅପଡେଟ କରୁଥାଏ ବୋଲି ସେ କହିଛନ୍ତି।

ମାମଲାରେ ଫିଲ୍ଲୋର ଏସପି ମନଜିତ କୌର ଗଣମାଧ୍ୟମକୁ କହିଛନ୍ତି ଯେ ଅଭିଯୁକ୍ତ ମହିଳା ନିଜକୁ ନିର୍ଦୋଷ କହି ପଞ୍ଜାବ ଡିଜିପିକୁ ଅର୍ଜି ଦେଇଛନ୍ତି। ଏହାପରେ ମାମଲାର ପୁଣି ଯାଞ୍ଚ ଚାଲିଛି। ପୁଣି ଯାଞ୍ଚ ପରେ ଜାନୁଆରୀ ୬ ତାରିଖରେ ଯାଞ୍ଚ ରିପୋର୍ଟ ଜଳନ୍ଧର ଏସଏସପିଙ୍କୁ ପଠାଯାଇଛି। ମାମଲାକୁ ବୈଧ କହି ମହିଳାଙ୍କୁ ଗିରଫ କରିବାକୁ ସୁପାରିଶ କରିଛନ୍ତି। ଡିଜିପିଙ୍କ ଆଦେଶ ପରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top