Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ

NEWS7 5 years ago

ପୁରୀ୨୧/୧: କଟକଣା ମୁକ୍ତ ହେଲା ଜଗା ଦର୍ଶନ। ବିନା କୋଭିଡ୍ ନେଗେଟିଭ୍‌ ରିପୋର୍ଟରେ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ। ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଭାବେ ପ୍ରଭୁଙ୍କ ଦର୍ଶନ ଚାଲିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରି ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସପରିବାରେ ମୁଖ୍ୟ ଶାସନ ସଚିବ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ୩୦ରୁ ୪୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୁଇତିନି ଦିନ ଭକ୍ତଙ୍କ ଗହଳି ରହିବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଦର୍ଶନ ବ୍ୟବସ୍ଥା ସଠିକ ଭାବେ କରାଯାଇଛି। ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସେହି ସମୟରେ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ, ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କଲା ପରେ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର।

Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7