କଳାହାଣ୍ଡି ୨୯।୭: ନାବାଳକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଭଟ୍ଟାଗୁଡା ଗାଁରେ ଅଭାବନୀୟ ଘଟଣା । ମୃତ ନାବାଳକ ହେଲେ ୧୦ ବର୍ଷର ଅନୀଲ ମାଝୀ । ଅନୀଲଙ୍କ ବଡ ଭାଇକୁ ମଧ୍ୟ ଧନୁ ତୀରରେ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଉଛି । ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଆକ୍ରମଣ ସନ୍ଦେହ କରାଯାଉଛି ।