ନୂଆଦିଲ୍ଲୀ ୨୯/୦୭ : ହିନ୍ଦୁ ଧର୍ମରେ ବ୍ରତ, ପର୍ବ ଏବଂ ତିଥିଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଏହି ଦିନ ବିଧି ବିଧାନ ସହିତ ପୂଜା କରିବା ଦ୍ୱାରା ଶୁଭ ଫଳାଫଳ ପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ନାଗପଞ୍ଚମୀର ପବିତ୍ର ଦିନ ପାଳନ କରାଯାଏ । ଏଥର ଏହି ଶୁଭ ଦିନ ଅଗଷ୍ଟ ୧୩ ରେ ପଡୁଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଭୋଳେନାଥଙ୍କ ପ୍ରିୟ ସର୍ପ ଦେବତାଙ୍କୁ କ୍ଷୀର ପିଆଇବା, ତାଙ୍କୁ ପୂଜା କରିବା ଏବଂ କିଛି ଉପାୟ କରିବା ଦ୍ୱାରା ସାପ ଭୟରୁ ମୁକ୍ତି ମିଳିଥାଏ । ଜୀବନରେ ଅନ୍ନ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଚାଲନ୍ତୁ ଜାଣିବା କିଛି ବିଶେଷ ଉପାୟ ବିଷୟରେ … ଏହି ମନ୍ତ୍ରରେ ସର୍ପଦୋଷ ହେବ ଦୂର : ଦୈନିକ 'ସର୍ପାପସର୍ପ ଭନ୍ଦ୍ରଂ ତେ ଗଚ୍ଛ ସର୍ପ ମହାବିଷ ।