Saturday, 04 Jul, 9.02 pm NEWS7

ହୋମ
ନର୍ସିଂହୋମ୍ ସହ ୧୪ ଜଣ ବଢି ପାଣିରେ ଭାସିଗଲେ, ଭୟଙ୍କର ବନ୍ୟା ଲାଗି ୨ ଲକ୍ଷ ଜାପାନୀଙ୍କୁ ସ୍ଥାନାନ୍ତର

ଟୋକିଓ, ୦୪|୦୭: ଜାପାନରେ ଏବେ ବାତ୍ୟା ବିଭୀଷିକା ରଚୁଛି । ଏହା ମଧ୍ୟରେ ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ନର୍ସିଂହୋମ୍ ଭାସି ଯିବାରୁ ୧୪ଜଣ ପ୍ରାଣ ହରାଇଛନ୍ତି । ନର୍ସିଂହୋମ ଭାସିଯିବାରୁ ସେମାନେ ଛଟପଟ ହୋଇ ପ୍ରାଣ ହରାଇଥିବା କୁହାଯାଉଛି ।

ବନ୍ୟା ହେବାରୁ କିଛି ଲୋକଙ୍କୁ ଏକ ନର୍ସିଂ ହୋମରେ ରଖାଯାଇଥିଲା । ଯାହା ବନ୍ୟାଜଳ ଘେରରେ ରହିଥିଲା । ଧିରେ ଧିରେ ଏହି ନର୍ସିଂହୋମଟି ବନ୍ୟା ପାଣିରେ ଭାସିଯାଇଥିଲା । ଏଥିରେ ଥିବା ୧୪ଜଣ ବନ୍ୟା ଜଳରେ ପ୍ରାଣ ହରାଇଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ବନ୍ୟାସ୍ଥିତିକୁ ନଜରରେ ରଖି ଜାପାନରେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ଷ ୧୦ ହଜାର ସୈନ୍ୟଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି । କମାମୋଟୋ ଓ କାଗୋସିମା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ଜାପାନର ଏହି ଦୁଇ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଏକ ନଦୀର ବନ୍ଧ ଭାଙ୍ଗିଯାଇଥିଲା । ତେଣୁ ଏହି ବନ୍ୟା ଆସିଥିଲା । ରବିବାର ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top