Sunday, 19 Jan, 10.18 pm NEWS7

ହୋମ
ନିରବୀ ଯାଇଛି ଏକ ସ୍ବର - ସେହି ମହାବାହୁଙ୍କ ପାଖକୁ ଚାଲିଯାଇଛନ୍ତି ସୁନନ୍ଦା ପଟ୍ଟନାୟକ

ଭୁବନେଶ୍ୱର ୧୯।୦୧ - ନିରବୀ ଯାଇଛି ଏକ ସ୍ବର । ସେହି ମହାବାହୁଙ୍କ ପାଖକୁ ଚାଲିଯାଇଛନ୍ତି ସୁନନ୍ଦା ପଟ୍ଟନାୟକ। ଏହି ମର୍ମସ୍ପର୍ଶୀ କଣ୍ଠ ପ୍ରତିଟି ଓଡ଼ିଆର ହୃଦୟକୁ ବର୍ଷ ବର୍ଷ ଧରି ଝଙ୍କୃତ କରିଆସିଛି । ଆଉ ଆଜି ସେ ସବୁ କିଛିକୁ ବିଦାୟ ଦେଇ ଚାଲିଯାଇଛନ୍ତି ବହୁଦୂରକୁ। କିଛି ଦିନ ଧରି ଅସୁସ୍ଥ ଥିବା ସୁନନ୍ଦ ପଟ୍ଟନାୟକଙ୍କର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ଗୁରୁମା ଭାବେ ଜଣାଶୁଣା ସୁନନ୍ଦା ପଟ୍ଟନାୟକ ୧୯୮୩ରେ କୋଲକାତାରେ ରହି ଆସୁଥିଲେ। ଆଉ ଆଜି ତାଙ୍କର ପରଲୋକ ଓଡ଼ିଶାରୁ ପଶ୍ଚିବଙ୍ଗ ଉଭୟ ରାଜ୍ୟରେ ସୃଷ୍ଟି କରିଛି ଶୋକର ଛାୟା।

ସବୁଜ ଯୁଗର କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦାଙ୍କ ଜନ୍ମ ୧୯୩୪ ମସିହା ନଭେମ୍ବର ୭ତାରିଖରେ ବୟସ ଯେତେବେଳେ ମାତ୍ର ୧୪ ସେତେବେଳେ ସଂଗୀତର ସୁଦୀର୍ଘ ଯାତ୍ରା ଆରମ୍ଭ କରିଥିଲେ। ୧୯୪୮ରେ କଟକ ଅଲ ଇଣ୍ଡିଆ ରେଡିଓରେ ତାଙ୍କୁ ଗୀତ ବୋଲିବର ମିଳିଥିଲା ସୁଯୋଗ। ଏକଦା ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ସୁନନ୍ଦାଙ୍କ ଗୀତ ଶୁଣିବା ପରେ ଖୁବ ପ୍ରଭାବିତ ହୋଇ ଯାଇଥିଲେ । ପୁନେରେ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ଅଧୀନରେ ବିଧିବଦ୍ଧ ତାଲିମ ନେଇଥିଲେ ସୁନନ୍ଦା । ଆଉ ଗ୍ବାଲିୟର ଘରାନାର ସେ ହୋଇଥିଲେ ଜଣେ ପ୍ରତିଷ୍ଠିତ ଗାୟିକା।

୧୯୫୭ରେ କଲିକତାଠାରେ ଆୟୋଜିତ ସଂଗୀତ ସମ୍ମିଳନୀରେ ୧୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ସୁନନ୍ଦା । ୧୯୭୦ ଏବଂ ୧୯୭୧ରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସଂଗୀତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଚିରଦିନ ପାଇଁ ଏକ ଶୂନ୍ୟସ୍ଛାନ ସୃଷ୍ଟି କରିଚାଲିଯାଇଛନ୍ତି ଆରପାରିକୁ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top