Thursday, 29 Jul, 10.42 am NEWS7

ହୋମ
ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ

ତେଲକୋଇ ୨୯।୭: ମୋବାଇଲ୍‌ରେ ଫ୍ରି ଫାୟାର୍ ଗେମ୍ ଖେଳି ଗୁରୁତର ହୋଇଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । ମୃତକ ହେଲେ ଆଖୁପାଳ ଗାଁର କୁଅଁର ଖଣ୍ଡାଙ୍କ ପୁଅ ଦଶମ ଶ୍ରେଣୀ ଛାତ୍ର ୧୫ ବର୍ଷୀୟ ଅଗସ୍ତି ଖଣ୍ଡା ।

ସୂଚନାଯୋଗ୍ୟ ଯେ, ବାପା କୁଅଁର ଖଣ୍ଡା ପୁଅ ଅନଲାଇନ୍‌ରେ ପାଠ ପଢିବ ବୋଲି ସ୍ମାର୍ଟ ଫୋନ୍ କିଣି ଦେଇଥିଲେ । କିନ୍ତୁ ପୁଅ ପାଠ ନପଢି ଫ୍ରି ଫାୟାର ଗେମ୍ ଖେଳି ମାନସିକ ସ୍ଥିତି ହରାଇ ବସିଥିଲେ । ବୁଧବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପାଠ ପଢୁଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top