Saturday, 02 Jan, 2.34 pm NEWS7

ହୋମ
ପୁଲୱାମାରେ ଯବାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ: ୮ ନାଗରିକ ଆହତ, ସର୍ଚ୍ଚ ଅପରେସନ୍ ଜାରି

ପୁଲୱାମା ୦୨/୦୧ : ଜାମ୍ମୁ କାଶ୍ମୀରରେ ଶନିବାର ଦିନ ଆତଙ୍କବାଦୀ ଗ୍ରେନେଡ୍ ଜରିଆରେ ସୁରକ୍ଷାବଳ ଉପରେ ହମଲା କରିଛନ୍ତି। ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଯବାନଙ୍କ ଉପରକୁ ୬ଟି ଗ୍ରେନେଡ୍ ବୋମା ଫୋପାଡ଼ିଥିଲେ। ଘଟଣା ତ୍ରାଲ୍ ବସ୍ ଷ୍ଟାଣ୍ଡରେ ଘଟିଛି। ଏଥିରେ ୮ଜଣ ନାଗରିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ସମୟ ଧରି ଯବାନଙ୍କ ଉପରକୁ ଗ୍ରେନେଡ୍ ହମଲା ବଢି ଚାଲିଛି।

ଅବନ୍ତିପୁରା ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ପୁଲୱାମା ଜିଲ୍ଲା ତ୍ରାଲରେ ହୋଇଥିବା ଗ୍ରେନେଡ଼ ହମଲାରେ ୮ଜଣ ନାଗରିକ ଆହତ ହୋଇଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେ କହିଛନ୍ତି ଯେ ଆତଙ୍କବାଦୀ ଯବାନଙ୍କ ଉପରକୁ ଗ୍ରେନେଡ୍ ମାଡ କରିଥିଲେ କିନ୍ତୁ ତାହା ନାଗରିକଙ୍କ ପାଖରେ ପଡିଥିଲା। ଯାହାଫଳରେ ସାଧାରଣ ନାଗରିକ ଆହତ ହୋଇଥିଲେ। ଆତଙ୍କବାଦୀଙ୍କୁ କାବୁ କରିବାକୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top