ହୋମ
ସେରମ୍ ଇନ୍ଷ୍ଟିଚ୍ୟୁଟ୍ରେ ନିଆଁ: ୫ ମୃତ, ୪ ଆହତ, ସ୍ଥିତି ନିୟନ୍ତ୍ରଣରେ, ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ ୨୧/୦୧: ପୁନେର ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଗୁରୁବାର ଭୀଷଣ ନିଆଁ ଲାଗିଥିଲା। ଦୀର୍ଘ ସମୟ ଧରି ଦମକଳବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଏବେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ଏହି ପ୍ଲାଣ୍ଟରେ କିଛି ଦିନ ମଧ୍ୟରେ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତି ଆରମ୍ଭ ହୋଇଥାନ୍ତା। ତେବେ ଏହି ଭୀଷଣ ଅଗ୍ନିକାଣ୍ଡରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେପଟେ ଅଗ୍ନିକାଣ୍ଡ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, ନିଆଁକୁ ଆୟତ୍ତ କରାଯାଇଛି। ପ୍ଲାଣ୍ଟର କୋଭିଡ ଭ୍ୟାକ୍ସିନ୍ ୟୁନିଟ୍ରେ ନିଆଁ ଲାଗିନଥିଲା। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ନଗର ନିଗମ ଆୟୁକ୍ତଙ୍କ ସହ ଆଲୋଚନା କରିଛନ୍ତି। ନିଆଁକୁ ଆୟତ୍ତ କରାଯାଇଛି। ୬ ଜଣଙ୍କୁ ଉଦ୍ଧାର କରାଯାଇଛି।
ଏହା ସହ ଉଦ୍ଧବ ଠାକରେ କହିଛନ୍ତି, ପ୍ଲାଣ୍ଟରେ ବିସିଜି ଟିକା ତିଆରି ହେଉଛି ।ତେଣୁ ଏହା ସହିତ କୋଭିସିଲ୍ଡ ଟିକାର ଲେଣଦେଣ ନାହିଁ। କିନ୍ତୁ ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ହେବ। ଘଟଣାର ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର। ଦେଶ ବିଦେଶରେ ଏହି ଘଟଣାକୁ ନେଇ ଲୋକେ ଚିନ୍ତାବ୍ୟକ୍ତ କରୁଛନ୍ତି। ତେବେ ନିଆଁରେ ଭ୍ୟାକସିନ୍ ପ୍ଲାଣ୍ଟରେ କୌଣସି କ୍ଷତି ହୋଇନଥିବା ଅଜିତ ପାଓ୍ବାର କହିଛନ୍ତି।