Monday, 12 Apr, 6.18 pm NEWS7

ହୋମ
ସେୟାର ବଜାରକୁ ଲକଡଉନ୍‌ ଭୟ ! ମାର୍କେଟ୍ କ୍ରାସ୍‌ ୧୭୦୮ ପଏଣ୍ଟ ଖସିଲା Sensex, ୭ଲକ୍ଷ କୋଟି ଟଙ୍କା ସ୍ୱାହା

ମୁମ୍ବାଇ ୧୨।୪: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନସେକ୍ସ ସୋମବାର ୧୭୦୮ ପଏଣ୍ଟ ଖସିଛି। ଫେବୃଆରୀ ୨୬ ତାରିଖ ପରେ ବଜାରରେ ଦ୍ୱିତୀୟବାର ଏପରି ପରିସ୍ଥିତି ଉପୁଜିଛି। ବଜାରରେ ଅଚାନକ ବିଏସଇ ମାର୍କେଟ୍‌ କ୍ୟାପ୍‌ ୭ ଲକ୍ଷ କୋଟି ଟଙ୍କା ହରାଇ ୨୦୨ ଲକ୍ଷ କୋଟି ଟଙ୍କା ରହିଯାଇଛି। କରୋନା ଦ୍ୱିତୀୟ ଲହରର ଆତଙ୍କ ଏବେ ସେୟାର ବଜାରରେ ସ୍ପଷ୍ଟ ବାରି ହୋଇପଡୁଛି। ପୁଣି ଲକଡାଉନ୍‌ ଆଶଙ୍କାରେ ଏପରି ପରିସ୍ଥିତି ଉପୁଜିଛି। ସେନସେକ୍ସରେ ୧୯ଶହ ପଏଣ୍ଟ ହ୍ରାସ ହୋଇଥିବା ବେଳେ ନିଫ୍ଟି ୫୯୦ପଏଣ୍ଟ ତଳକୁ ଖସିଛି।

ସୋମବାର ସେନସେକ୍ସ ୪୭ହଜାର ୮୮୩ ପଏଣ୍ଟରେ ବନ୍ଦ ହୋଇଛି। ସେପଟେ ନିଫ୍ଟି ୧୪ ହଜାର ୩୧୧ ପଏଣ୍ଟକୁ ପହଞ୍ଚିଛି। ବଜରରେ କେବଳ ଡ. ରେଡିଜ ଲ୍ୟାବକୁ ଛାଡି ଦେଲେ ବାକି ସବୁ ସେୟାରରେ ହ୍ରାସ ଦେଖାଯାଇଛି। ଏଥିରେ ଟାଟା ମୋଟର୍ସ, ଆଦାନୀ ପୋର୍ଟସ୍‌, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ୟପିଏଲ, ଏସବିଆଇ, ହିଣ୍ଡାଲ କୋ ଓ ଶ୍ରୀ ସିମେଣ୍ଟ ସେୟାର ମୂଲ୍ୟରେ ୫.୬ ପ୍ରତିଶତରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।

ସକାଳେ ସେୟାର ବଜାର କରୋନା ଆତଙ୍କରେ ଖୋଲିଥିଲା। ବଜାର ଖୋଲିବାମାତ୍ରେ ନିବେଶକଙ୍କ ୭ ଲକ୍ଷ କୋଟି ଟଙ୍କା ସ୍ୱାହା ହୋଇଯାଇଥିଲା। ସକାଳ ସାଢେ ୯ଟା ବେଳେକୁ ବିଏସଇ ମାର୍କେଟ କ୍ୟାପିଟାଲାଇଜେସନ ହ୍ରାସ ହୋଇ ୨୦୨.୨୯ କୋଟି ଟଙ୍କାରେ ପହଞ୍ଚିଥିଲା। ତେବେ ଗତ ସପ୍ତାହର କାରବାର ଶେଷ ଦିନରେ ଏହି ରାଶି ୨୦୯.୬୩ ଲକ୍ଷ କୋଟି ଥିଲା। ସାଢେ ୯ଟା ବେଳେ ଟ୍ରେଡ ହୋଇଥିବା ୨ହଜାର ୩୬୯ଟି ସେୟାରରୁ ୧୯୨୮ କମ୍ପାନୀଙ୍କ ସେୟାର ଲାଲ ସଂକେତକୁ ଚାଲିଯାଇଥିଲା। ଏଥିରେ ୧୦୯ଟି ସେୟାର ବାଜର ଖୋଲିବାର ମାତ୍ର ୧୫ ମିନିଟ୍‌ରେ ଲୋଅର ସର୍କିଟକୁ ପହଞ୍ଚିଯାଇଥିଲେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top