Dailyhunt
ଶିରିଡି ଅଶାନ୍ତ- ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ

ଶିରିଡି ଅଶାନ୍ତ- ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ

NEWS7 6 years ago

ଶିରିଡି ୧୯।୦୧ - ଶିରିଡି ଅଶାନ୍ତ। ସାଇବାବାଙ୍କ ଜନ୍ମସ୍ଥାନ ପଥରି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିବାପରେ ସାଇଭକ୍ତ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଆଜି ଶିରିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଳନ କରିଛନ୍ତି । ସେପଟେ ସ୍ଥିତି ବିଗୁଡ଼ିଥିବା ଦେଖି ସିରିଡି ମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ...

ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନ କେଉଁଠି ?

ଶିରଡିରେ ବହୁଛି ପ୍ରତିବାଦ ଝଡ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଟିଏ ଘୋଷଣା ସାରା ସିରିଡିକୁ ବନ୍ଦ କରିଦେଇଛି। ରାସ୍ତାକୁ ଓହ୍ଲାଇଛନ୍ତି ସାଇବାବାଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଉଦ୍ଧବ ଠାକରେ ଶିରଡି ସାଇବାବଙ୍କ ଜନ୍ମସ୍ଥାନ ପରଭାନିର ପଥରି କହିବା ସହ ଏହାର ବିକାଶ ପାଇଁ ଶହେ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଥିଲେ। ଯାହାକୁ ନେଇ ତେଜିଛି ଆନ୍ଦୋଳନ।

ସେମାନଙ୍କ ଦାବି ମୁଖ୍ୟମନ୍ତ୍ରୀ ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବିବୃତିକୁ ଫେରାଇ ନିଅନ୍ତୁ। ଶିରିଡି ବନ୍ଦ ଡାକରାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ବିବାଦର ସମାଧାନ ନହେବାପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଆନ୍ଦୋଳନକାରୀ। ବିଜେପି ବିଧାୟକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।

ବନ୍ଦପାଳନ ସତ୍ତ୍ବେ ମନ୍ଦିରର ନୀତିକାନ୍ତି ପୂର୍ବଭଳି ଚାଲିଛି। ଆଜି ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି। ଶ୍ରଦ୍ଧାଳୁଙ୍କ ହିତକୁ ଦୃଷ୍ଟିରେ ରଖି ପାଇଁ ମନ୍ଦିର ପ୍ରଶାସନ ସାଇ ପ୍ରସାଦଳାୟ, ସାଇ ହସ୍ପିଟାଲ,ସାଇ ଭକ୍ତନିବାସ, ଔଷଦ ଦୋକାନକୁ ଖୋଲା ରଖିଛି।

ଏପଟେ ଆନ୍ଦୋଳନ ତେଜିବାରୁ ନରମିଛନ୍ତି ରାଜ୍ୟ ସରକାର। ବିବାଦର ସମାଧାନ ପାଇଁ ଶିରିଡିର ସ୍ଥାନୀୟ ବାସିନ୍ଦା, ମନ୍ଦିର ଟ୍ରଷ୍ଟିଙ୍କ ସହ ମୁଖ୍ୟମନ୍ତ୍ରୀ ଆଗାମୀ ସପ୍ତାହରେ ବୈଠକ ଡକାଇଛନ୍ତି।

ଶିରିଡି ଏବଂ ପଥରିର ସ୍ଥାନୀୟ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ସେମାନଙ୍କର ପକ୍ଷ ଶୁଣିବେ ବୋଲି କହିଛନ୍ତି ।

ଉଦ୍ଧବ ଠାକରେଙ୍କ ବୟାନ ସାଇ ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଇଛି।ତେବେ କିଛି ମଧ୍ୟ ବାବାଙ୍କ ଜନ୍ମସ୍ଥାନ ଫଥରି ମାନୁଥିବାରୁ ସାଇଭକ୍ତ ମଧ୍ୟ ଭାଗଭାଦ ହୋଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7