Sunday, 19 Jan, 10.18 pm NEWS7

ହୋମ
ଶିରିଡି ବିବାଦ : ଉଦ୍ଧବଙ୍କ ବୈଠକ ଆହ୍ୱାନ ପରେ ସୋମବାର ବନ୍ଦ ପ୍ରତ୍ୟାହୃତ

ମୁମ୍ବାଇ ୧୯।୧: ମହାରାଷ୍ଟ୍ର ଶିରିଡି ସୋମବାର ବନ୍ଦ ହେବ ନାହିଁ। ସ୍ଥାନୀୟ ଲୋକେ ବନ୍ଦ ପ୍ରତ୍ୟାହାର କରିଛନ୍ତି। ସାଇ ଜନ୍ମଭୂମି ବିବାଦକୁ ନେଇ ରବିବାର ଦିନ ତମାମ ଶିରିଡି ବନ୍ଦ ଥିଲା। ତେବେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ସୋମବାର ବୈଠକ ଡାକିଥିବାରୁ ଗ୍ରାମସଭା ମଧ୍ୟରାତ୍ର ପରେ ବନ୍ଦ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେଇଛି।

ଉଦ୍ଧବଙ୍କ ବୈଠକରେ ପାଥରୀ ଗ୍ରାମସଭା ସମେତ ସାଇବାବା ମନ୍ଦିର ଟ୍ରଷ୍ଟର ସିଇଓ, ସାଂସଦ ଶଦାଶିବ ଲୋଖଣ୍ଡେ, ଶିରିଡି ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ଆଦି ଯୋଗେଦେବେ। ସୋମବାର ମଧ୍ୟାହ୍ନ ୨ଟା ବେଳେ ବୈଠକ ଡକାଯାଇଛି। ଗତ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଔରଙ୍ଗାବାଦ ସ୍ଥିତ ସାଇବାବାଙ୍କ କଥିତ ଜନ୍ମସ୍ଥାନ ପାଥରୀ ଗ୍ରାମର ବିକାଶ ନିମନ୍ତେ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଶିରିଡିର ଲୋକେ ନାପସନ୍ଦ କରିଥିଲେ। ସରକାର ଏ ନେଇ ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ନଚେତ ଶିରିଡି ଲୋକେ କୋର୍ଟକୁ ଯିବେ ବୋଲି ଧମକ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ରବିବାର ଶିରିଡି ବନ୍ଦ ପାଳିତ ହୋଇଥିଲା। ତେବେ ଶିରିଡି ସାଇ ମନ୍ଦିରର ପୂର୍ବତନ ଟ୍ରଷ୍ଟି ଅଶୋକ ଖାମ୍ବେକର ସାଇବାବା କେବେ ହେଲେ କାହାକୁ ତାଙ୍କ ଜନ୍ମ, ଧର୍ମ ଆଦି ବିଷୟରେ କାହାକୁ କହିନଥିଲେ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ସାଇ ସତ୍ ଚରିତ୍ର ପାଠ କରନ୍ତୁ ଓ ତା ପରେ ଯାହା ଘୋଷଣା କରନ୍ତୁ ବୋଲି କହିଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: News 7
Top